Advertisment

ଆଗକୁ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଆହୁରି ବଢିବ: ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

Advertisment

କେନ୍ଦ୍ର ସରକାର ବ୍ଲାକମେଲିଙ୍ଗ କରୁଥିବାର ଅଭିଯୋଗ ଆଣିଲେ ରଣେନ୍ଦ୍ର

କେନ୍ଦ୍ର ସରକାର ବ୍ଲାକମେଲିଙ୍ଗ କରୁଥିବାର ଅଭିଯୋଗ ଆଣିଲେ ରଣେନ୍ଦ୍ର

ପେଟ୍ରୋଲ୍‌, ଡିଜେଲ୍ ରପ୍ତାନି କଟକଣା ବଢ଼ିଲା

The Financial Express

ଭୁବନେଶ୍ୱର: ଆଗକୁ ଆହୁରି ବଢିବ ଦରଦାମ | ପେଟ୍ରୋଲ ଓ ଡିଜେଲ ଦର ଆଗକୁ ଆହୁରି ବଢିବ ବୋଲି ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି | ସେ କହିଛନ୍ତି ଯେ କେନ୍ଦ୍ର ସରକାର କୋଭିଡ ଆଳରେ ସେସ ଲାଗୁ କରିବାରୁ ରାଜ୍ୟକୁ କିଛି ଅର୍ଥ ଆସୁନି। ଲଗାମ ସେମାନଙ୍କ ହାତରେ ଥିବାରୁ ସେମାନେ ବ୍ଲାକମେଲିଂ କରୁଛନ୍ତି | ରଣେନ୍ଦ୍ର କହିଛନ୍ତି ଯେ ଆଗକୁ ସ୍ଥିତି ଆହୁରି ଖରାପ ହେବ।

ଚାଷ ସମେତ ସବୁ କ୍ଷେତ୍ରରେ ପ୍ରଭାବ ପଡୁଛି। ରାଜନୈତିକ ଦୃଷ୍ଟିକୋଣରୁ ସବୁ ହେଉଛି। ପଶ୍ଚିମବଙ୍ଗ ନିର୍ବାଚନର ୨୦ ଦିନ ଯାଏ ସବୁ ଠିକ ଥିଲା। ଭୋଟଗ୍ରହଣ ପରେ ମୂଲ୍ୟ ବଢ଼ିଲା। ରାଜ୍ୟମାନଙ୍କର ଆର୍ଥିକ ସ୍ଥିତି ବି ଦୋହଲିଯାଇଛି |କେବଳନିର୍ବାଚନ ଆସିଲେ କେନ୍ଦ୍ର ସରକାର ଦାମ କମାନ୍ତି |

publive-image

ସେହିପରି ପଲିଟିକାଲ ଟୁଲ ଭାବେ ପେଟ୍ରୋଲିୟମ ସାମଗ୍ରୀକୁ ବ୍ୟବହାର କରାଯାଉଛି | ରଣେନ୍ଦ୍ର ମୋଦୀ ସରକାରଙ୍କ ଅଛେ ଦିନକୁ କଟାକ୍ଷ କରି କହିଛନ୍ତି ଯେ ଅଛେ ନୁହେଁ ବୁରା ଦିନ ଦେଶରେ ଆସିଗଲାଣି, କିଣି ଖାଉଥିବା ଲୋକଙ୍କ ପାଇଁ ଦେଶରେ ସ୍ଥିତି ଭଲ ନାହିଁ | ସୂଚନା ଥାଉ କି ପେଟ୍ରୋଲିୟମ୍‌ କମ୍ପାନିମାନେ ଆଜି ରନ୍ଧନ ପାଇଁ ଘରେ ବ୍ୟବହାର ହେଉଥିବା ‘ଏଲ୍‌ପିଜି’ର ଦର ସିଲିଣ୍ଡର୍‌ ପିଛା ୧୫ ଟଙ୍କା ବୃଦ୍ଧି କରିଛନ୍ତି। ସେହିପରି ୬ ମାସ ମଧ୍ୟରେ ପେଟ୍ରୋଲ ମୂଲ୍ୟ ୧୨ ଟଙ୍କା ବଢିଛି | ଆଜି କ୍ରମାଗତ ଦ୍ୱିତୀୟ ଦିନ ପାଇଁ ବଢିଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ପେଟ୍ରେଲ ଲିଟର ପିଛା ଦର ପୁଣି ୩୦ ପଇସା ଓ ଡିଜେଲ ଲିଟର ୩୫ ପଇସା ମହଙ୍ଗା ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe