Sambad English
ଭୁବନେଶ୍ବର : ଜାନୁଆରି ୨୩ ତଥା ଗୁରୁବାର ଭୁବନେଶ୍ୱରଠାରୁ ନୂଆଦିଲ୍ଲୀ ଯିବାକୁ ଥିବା ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ(୨୨୮୧୩) ଏହାର ନିର୍ଧାରିତ ସମୟ ପୂର୍ବାହ୍ନ ୯ଟା ୩୦ ପରିବର୍ତ୍ତେ ଅପରାହ୍ନ ଗୋଟାଏରେ ଯାତ୍ରା ଆରମ୍ଭ କରିବ। ଉତ୍ତର ଭାରତ ସହ ଅନେକ ସ୍ଥାନରେ ଘନ କୁହୁଡ଼ି ଜନିତ ସଂଯୋଗକାରୀ ଟ୍ରେନର ବିଳମ୍ବିତ ଚଳାଚଳ ଯୋଗୁଁ ଏହି ଟ୍ରେନ ବିଳମ୍ବରେ ଭୁବନେଶ୍ୱରଠାରୁ ଛାଡ଼ିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।
Follow Us