ଘରେ ପହଞ୍ଚିଲାନି ରଜ ସାମଗ୍ରୀ, ରେଳଧାରଣାରେ ବିଛାଡ଼ି ‌ହୋଇ ପଡ଼ିଛି

Advertisment
ଘରେ ପହଞ୍ଚିଲାନି ରଜ ସାମଗ୍ରୀ, ରେଳଧାରଣାରେ ବିଛାଡ଼ି ‌ହୋଇ ପଡ଼ିଛି

ଭୁବନେଶ୍ବର : ରଜ ପାଇଁ ପ୍ୟାଣ୍ଟ-ସାର୍ଟ ସହ ଅନ୍ୟ ଉପହାର ଧରି କୋଲକାତାରୁ ଘରକୁ ଫେରୁଥିଲେ। କିନ୍ତୁ ସେଗୁଡ଼ିକ ଘରେ ପହଞ୍ଚି ପାରିଲାନି। ଭୟଙ୍କର ରେଳ ଦୁର୍ଘଟଣାରେ ସବୁ କିଛି ମିଳେଇ ଯାଇଛି। ‌ବାହାନଗାସ୍ଥିତ ରେଳଧାରଣାରେ ସବୁ କିଛି ଛିନିଛତ୍ର ହୋଇ ପଡ଼ିରହିଛି। ସେଥିରୁ କିଛି ଚୋରି ବି ହୋଇଗଲାଣି।

ଦକ୍ଷିଣ-ପୂର୍ବ ରେଳପଥ ସୂଚନା ମୁତାବକ, କରମଣ୍ଡଳ ଏକ୍ସପ୍ରେସ୍‌ର ଲଗେଜ୍‌ ଭ୍ୟାନ୍‌ରେ ବହୁ ପରିମାଣରେ ସାମଗ୍ରୀ କଲିକତା ବଜାରରୁ ଅଣାଯାଉଥିଲା। ଫ୍ଲିପ୍‌କ୍ୟାଟ୍‌, ଆମାଜନ୍‌, ମେସୋ, ଏଜିଓ ପରି ଅନ୍‌ଲାଇନ୍‌ ସପିଂ କମ୍ପାନି ମାଧ୍ୟମରେ ଗ୍ରାହକମାନେ ସାମଗ୍ରୀ ମଗାଇଥିଲେ। କୋଟିଏରୁ ଅଧିକ ଟଙ୍କାର ସାମଗ୍ରୀ ଉକ୍ତ ବଗିରେ ରହିଥିଲା। ଏହାବ୍ୟତୀତ ଓଡ଼ିଶାର ବହୁ ବ୍ୟବସାୟୀ କଲିକତା ବଜାରରୁ ସାମଗ୍ରୀ କିଣି ଓଡ଼ିଶା ମାର୍କେଟ ଯଥା କଟକ, ଭୁବନେଶ୍ବର, ଭଦ୍ରକ, ବ୍ରହ୍ମପୁରରେ ବିକ୍ରି କରିବାକୁ ଆଣି ଆସୁଥିଲେ। ଦୁର୍ଘଟଣା ଦ୍ବାରା ସେଗୁଡ଼ିକ ନଷ୍ଟ ହୋଇଯାଇଛି। ତାହାକୁ ଉଦ୍ଧାର କରିବା ସମ୍ଭବପର ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe