ଉପବାଚସ୍ପତି ହେବେ ରଜନୀକାନ୍ତ ସିଂହ, ସରକାରୀ ଦଳ ଉପ ମୁଖ୍ୟ ସଚେତକ ହେବେ ପ୍ରଣବ ବଳବନ୍ତରାୟ

Advertisment
ଉପବାଚସ୍ପତି ହେବେ ରଜନୀକାନ୍ତ ସିଂହ, ସରକାରୀ ଦଳ ଉପ ମୁଖ୍ୟ ସଚେତକ ହେବେ ପ୍ରଣବ ବଳବନ୍ତରାୟ

ଭୁବନେଶ୍ୱର: ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ଉପବାଚସ୍ପତି ପଦ ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ମନୋନୀତ ହୋଇଛନ୍ତି। ବିଜୁ ଜନତା ଦଳର ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ଉପ ବାଚସ୍ପତି ନିର୍ବାଚନ ଏକ ଔପଚାରିକତା ମାତ୍ର। ଯାଜପୁର ଜିଲ୍ଳାର ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଣବ ବଳବନ୍ତରାୟ ସରକାରୀ ଦଳ ଉପ ମୁଖ୍ୟ ସଚେତକ ଭାବେ ନିଯୁକ୍ତ ହୋଇଛନ୍ତି ବୋଲି ଦଳର ସାଧାରଣ ସଂପାଦକ ବିଜୟ କୁମାର ନାୟକ ଜଣାଇଛନ୍ତି।

publive-image Facebook

ପୂର୍ବରୁ ବିଜେଡିର ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ସର୍ବସମ୍ମତି କ୍ରମେ ବାଚସ୍ପତି ନିର୍ବାଚିତ ହୋଇଛନ୍ତି। ତେବେ, ଉପବାଚସ୍ପତି ନିର୍ବାଚନ ବାକି ଅଛି। ଏହି ଆସନ ପାଇଁ ବିଜେଡି ପ୍ରାର୍ଥୀ ଶ୍ରୀ ସିଂହ ପୂର୍ବରୁ ରାଜ୍ୟର ଇସ୍ପାତ ଓ ଖଣି ମନ୍ତ୍ରୀ ଥିଲେ।

ତେବେ, ପ୍ରଫୁଲ୍ଲ ମଲ୍ଲିକ ବିଦାୟୀ ମନ୍ତ୍ରିମଣ୍ଡଳରେ ଇସ୍ପାତ ଓ ଖଣି ମନ୍ତ୍ରୀ ଥିଲେ ଏବଂ ଏଥର ମଧ୍ୟ ସେ ସେହି ବିଭାଗ ପାଇଛନ୍ତି। ଅନୁଗୁଳ ଜିଲ୍ଲାରୁ ଏଥର କେହି ମନ୍ତ୍ରୀ ହୋଇନାହାନ୍ତି। ସେହିପରି ଏଥର ଯାଜପୁର ଜିଲ୍ଳାରୁ ବି କେହି ମନ୍ତ୍ରୀ ହୋଇନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe