ବିଧାନସଭା ଅଧିବେଶନ ଲାଗି ଗେହଲଟ୍ କ୍ୟାବିନେଟ୍‌ର ସଂଶୋଧିତ ପ୍ରସ୍ତାବ ଗ୍ରହଣ କଲେ ରାଜସ୍ଥାନ ରାଜ୍ୟପାଳ

ବିଧାନସଭା ଅଧିବେଶନ ଲାଗି ଗେହଲଟ୍ କ୍ୟାବିନେଟ୍‌ର ସଂଶୋଧିତ ପ୍ରସ୍ତାବ ଗ୍ରହଣ କଲେ ରାଜସ୍ଥାନ ରାଜ୍ୟପାଳ

Image Courtesy of The New Indian Express

ଜୟପୁର: ଜୁଲାଇ ୩୧ ତାରିଖ ଦିନ ବିଧାନସଭା ଅଧିବେଶନ ଡକାଇବା ନିମ‌େନ୍ତେ ଅନୁରୋଧ କରି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ନେତୃତ୍ବାଧୀନ ରାଜ୍ୟ କ୍ୟାବିନେଟ୍‌ର ସଂଶୋଧିତ ପ୍ରସ୍ତାବକୁ ରାଜସ୍ଥାନ ରାଜ୍ୟପାଳ ଗ୍ରହଣ କରିଥିବା କଥା ରବିବାର ଦିନ ରାଜଭବନସୂତ୍ରରୁ ଜଣାପଡ଼ିଛି।

ଶନିବାର ବିଳମ୍ବିତ ରାତ୍ରୀରେ ଉପରୋକ୍ତ ପ୍ରସ୍ତାବ ଗ୍ରହଣ ‌କରାଯାଇଥିବା ସେମାନେ କହିଛନ୍ତି।

publive-image Image Courtesy of Hindustan Times

ବିଧାନସଭା ଅଧିବେଶନ ଡାକିବାକୁ ଜିଦ୍‌ କରି କଂଗ୍ରେସ ବିଧାୟକମାନେ ରାଜଭବନ ଲନ୍‌ରେ ପାଞ୍ଚଘଣ୍ଟା ଧାରଣା ଦେବା ପରେ ରାଜ୍ୟପାଳ କଲରାଜ ମିଶ୍ର ଶୁକ୍ରବାର ଦିନ ରାଜ୍ୟ ସରକାରଙ୍କ ଠାରୁ ୬ଟି ପ୍ରସଙ୍ଗ ଉପରେ ସ୍ପଷ୍ଟିକରଣ ଲୋଡ଼ିଥିଲେ। ରାଜ୍ୟପାଳ କହିଥିଲେ ଯେ, ସରକାରଙ୍କର ସଂଖ୍ୟା ଗରିଷ୍ଠତା ଥିଲାବେଳେ ପୁଣି କାହିଁକି ସଂଖ୍ୟାଗରିଷ୍ଠତା ପ୍ରମାଣ ପାଇଁ ବିଧାନସଭା ଅଧିବେଶନ ଡକାଯିବ? କେହି ସାମ୍ବିଧାନିକ ମର୍ଯ୍ୟାଦାର ଊର୍ଦ୍ଧ୍ବରେ ନୁହନ୍ତି। କୌଣସି ରାଜନୈତିକ ଚାପ ଅବଲମ୍ବନ କରା ନ ଯିବା ଉଚିତ।

ଅଧିବେଶନ ଡାକିବାକୁ ଅନୁମୋଦନ ପାଇବାକୁ ହେଲେ ସ୍ପଷ୍ଟିକରଣ ସହ ପୁଣି ଥରେ ପ୍ରସ୍ତାବ ଦାଖଲ କରିବାକୁ ରାଜ୍ୟପାଳ ମିଶ୍ର ମୁଖ୍ୟମନ୍ତ୍ରୀ ଗେହଲଟ୍‌ଙ୍କୁ କହିଥିଲେ। ସେଦିନ ବିଳମ୍ବିତ ରାତ୍ର ଅଧିବେଶନ ପରେ ଶନିବାର ଦିନ ପୁଣି ଗେହଲଟ୍‌ଙ୍କ ଘରେ କ୍ୟାବିନେଟ୍ ବୈଠକ ବସି ସଂଶୋଧିତ ପ୍ରସ୍ତାବନା ଗୃହୀତ ହୋଇଥିଲା। ଏଥିରେ କରୋନାଭାଇରସ୍ ମହାମାରୀ ସମେତ ଅନ୍ୟ କେତେକ ବିଲ୍ ପ୍ରସଙ୍ଗରେ ଆଲୋଚନା ହେବା କଥା ଉଲ୍ଲେଖ ଅଛି, କିନ୍ତୁ ଫ୍ଲୋର୍‌ ଟେଷ୍ଟ୍‌ କଥା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe