ଡିଆରଡିଓ ତଥ୍ୟ ଲିକ୍ ମାମଲାରେ ରାଜସ୍ଥାନ ଲିଙ୍କ: ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଫସାଇ ତଥ୍ୟ ଚୋରି କରିଛନ୍ତି ରହସ୍ୟମୟୀ ମହିଳା

Advertisment
ଡିଆରଡିଓ ତଥ୍ୟ ଲିକ୍ ମାମଲାରେ ରାଜସ୍ଥାନ ଲିଙ୍କ: ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଫସାଇ ତଥ୍ୟ ଚୋରି କରିଛନ୍ତି ରହସ୍ୟମୟୀ ମହିଳା

ବାଲେଶ୍ବର: ଡିଆରଡିଓ ତଥ୍ୟ ଲିକ୍ ଘଟଣାରେ ସାମ୍ନାକୁ ଆସିଲା ଆଉ ଏକ ବଡ଼ ଖବର । ଓଡ଼ିଶା ପରେ ସାମ୍ନାକୁ ଆସିଲା ରାଜସ୍ଥାନ ଲିଙ୍କ । ଯୋଧପୁରର ଜଣେ ଚତୃର୍ଥ ଶ୍ରେଣୀ କର୍ମଚାରୀ ଯୁବକଙ୍କୁ ରହସ୍ୟମୟୀ ମହିଳା ନିଜ ଫାସରେ ପକାଇଥିବା ନେଇ ମିଳିଲା ସୂଚନା। ମିଲେଟ୍ରି ଇଂଜିନିୟରିଂ ସର୍ଭିସରେ କାମ କରୁଥିବା ଯୁବକଙ୍କୁ ମହିଳା ଫସାଇ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଚୋରି କରିଥିବା ସାମ୍ନାକୁ ଆସିଛି। ଅଫିସର ଅନେକ ଗୁରୁତ୍ୱପୁର୍ଣ୍ଣ ତଥ୍ୟ ଯୁବକଜଣକ ମହିଳାଙ୍କୁ ପଠାଇଥିବା ବେଳେ ଗତ ୧୫ ତାରିଖରେ ରାଜସ୍ଥାନ ସିଆଇଡିରେ ଏନେଇ ମାମଲା ଦାଖଲ ହୋଇଛି ।

ମାମଲା ଦାଖଲ ପରେ ଏବେ ଓଡ଼ିଶା କ୍ରାଇମବ୍ରାଞ୍ଚକୁ ଯୋଗାଯୋଗ କରିଛି ରାଜସ୍ଥାନ ସିଆଇଡି । ଡିସିପି କହିଛନ୍ତି ଯେ, ପୂର୍ବରୁ ଆସିଥିବା ୩୮ ହଜାର ଟଙ୍କାର ହିସାବ ମିଳିଛି । ଦୁବାଇର ଲୁଲୁ ଇଣ୍ଟର ନ୍ୟାସନାଲ ଏକ୍ସଚେଞ୍ଜ ସେଣ୍ଟରରୁ ୨୪ ହଜାର ଟଙ୍କା ୫ଜଣ ଅଭିଯୁକ୍ତଙ୍କୁ ଆସିଥିଲା । ବଳକା ଟଙ୍କା କେଉଁଠାରୁ ଆସିଛି ତାର ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe