ବିଶିଷ୍ଟ ଶିକ୍ଷାବିତ୍‌, ସାହିତ୍ୟିକ ଓ ଜଗନ୍ନାଥ ସଂସ୍କୃତି ପ୍ରଚାରକ ଡ.ରଜତ କରଙ୍କ ଦେହାନ୍ତ

Advertisment
ବିଶିଷ୍ଟ ଶିକ୍ଷାବିତ୍‌, ସାହିତ୍ୟିକ ଓ ଜଗନ୍ନାଥ ସଂସ୍କୃତି ପ୍ରଚାରକ ଡ.ରଜତ କରଙ୍କ ଦେହାନ୍ତ

ଭୁବନେଶ୍ବର: ବିଶିଷ୍ଟ ଶିକ୍ଷାବିତ୍, ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା, ସୁସାହିତ୍ୟିକ, ସୁବକ୍ତା ତଥା ଜଣାଶୁଣା ଆଧ୍ୟାତ୍ମିକ ପ୍ରବଚକ ଡକ୍ଟର ରଜତ କୁମାର କରଙ୍କ ଦେହାନ୍ତ ହୋଇଛି। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ୮୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବା ପୁତ୍ର ରଂଜିତ କର ସୂଚନା ଦେଇଛନ୍ତି। ସେ ହୃଦଘାତରେ ପୀଡିତ ଥିଲେ ଏବଂ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଥିବା ଜଣାପଡ଼ିଛି। ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ଅବଦାନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତବର୍ଷ ତାଙ୍କୁୂ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା।

publive-image

୧୯୩୪ ମସିହା ଅକ୍ଟୋବର ୨ ତାରିଖରେ କଟକ ଜିଲ୍ଲା ମାହାଙ୍ଗାରେ ଜନ୍ମଗ୍ରହଣ କରିଥିବା ରଜତ କୁମାର କର ଜଣେ ଶିକ୍ଷାବିତ୍‌ ଓ ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ଭାବେ ବେଶ୍ ପରିଚିତ। ଦୀର୍ଘ ୬୨ ବର୍ଷ ଧରି ସେ ରଥଯାତ୍ରାରେ ରେଡିଓ ଓ ଟେଲିଭିଜନରେ ଉଦ୍‌ଘୋଷକ ଭାବେ ରେକର୍ଡ କରିଥିଲେ। ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିବା ଶ୍ରୀ କର ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗରେ ଦୀର୍ଘ ଦିନ ଧରି କାର୍ଯ୍ୟ କରି ଏସ୍‌ସିଇଆର୍‌ଟିର ନିର୍ଦ୍ଦେଶକ ଭାବେ ଚାକିରିରୁ ଅବସର ଗ୍ରହଣ କରିଥିଲେ। ଭଞ୍ଜ ସାହିତ୍ୟକୁ ଲୋକପ୍ରିୟ କରିବା ପାଇଁ ସେ ନିରନ୍ତର ଭାବେ କାର୍ଯ୍ୟରତ ଥିଲେ। ସେ ବହୁ ନାଟକ, କବିତା ଓ ପ୍ରବନ୍ଧ ପୁସ୍ତକ ରଚନା କରିଯାଇଛନ୍ତି।ଏଥିସହ ସେ ଆକାଶବାଣୀ ଓ ବିଭିନ୍ନ ଟେଲିଭିଜନ ଚାନେଲରେ ରଥଯାତ୍ରାର ଧାରା ବିବରଣୀ ଦେଇ ଓଡ଼ିଶାର ଘରେଘରେ ପରିଚିତ ଥିଲେ।

ସୂଚନାଯୋଗ୍ୟ, ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନର ଦରବାର ହଲରେ ଗତବର୍ଷ ନଭେମ୍ବର ମାସରେ ଆୟୋଜିତ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ପୁରସ୍କାର ବିତରଣ ସମାରୋହରେ ୬ ଜଣ ଓଡ଼ିଆ ସମ୍ମାନିତ ହୋଇଥିଲେ। ଏହି ସମାରୋହରେ ରାଷ୍ଟ୍ରପତି ରାମାନଥ କୋବିନ୍ଦ ସାହିତ୍ୟ ଓ ଶିକ୍ଷା କ୍ଷେତ୍ର ପାଇଁ ଡ. ରଜତ କୁମାର କରଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। ତାଙ୍କର ବିୟୋଗରେ ଓଡ଼ିଶାର ସାରସ୍ବତ ଜଗତରେ ଏକ ଅପୂରଣୀ୍ୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe