ଆଜି ରାଜଧାନୀ ଏକ୍ସପ୍ରେସ୍‌ ବାତିଲ

Advertisment
ଆଜି ରାଜଧାନୀ ଏକ୍ସପ୍ରେସ୍‌ ବାତିଲ

ଭୁବନେଶ୍ୱର : ଉତ୍ତର ଭାରତରେ ଘନ କୁହୁଡ଼ି କାରଣରୁ ବହୁ ଟ୍ରେନ୍‌ ବିଳମ୍ବରେ ଚାଲୁଛି। ବିଭିନ୍ନ ଟ୍ରେନ୍‌ର ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏଥିସହ ମଙ୍ଗଳବାର ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯିବାକୁ ଥିବା ରାଜଧାନୀ ଏକ୍ସପ୍ରେସ୍‌କୁ ସମ୍ପୂର୍ଣ୍ଣ ବାତିଲ କରାଯାଇଛି। ସେହିପରି ପୁରୀରୁ ମଙ୍ଗଳବାର ଦିନ ସକାଳ ୧୦.୫୫ରେ ଛାଡ଼ିବାକୁ ଥିବା ନୀଳାଚଳ ଏକ୍ସପ୍ରେସ୍‌ ରାତି ୧୦ଟାରେ ଛାଡ଼ିବ ବୋଲି ଜଣାପଡ଼ିଛି। ଏହାଛଡ଼ା ସମ୍ବଲପୁର-ଜାମ୍ମୁ ତାଓ୍ଵି ଏକ୍ସପ୍ରେସ୍‌ ସମ୍ବଲପୁରରୁ ଦିନ ୩ଟା ୫୫ରେ ଏବଂ ସୋମବାର ପୁରୀରୁ ଛାଡ଼ୁଥିବା ପୁରୁଷୋତ୍ତମ ଏକ୍ସପ୍ରେସ୍‌ ମଙ୍ଗଳବାର ସକାଳ ୭ଟା ୧୫ରେ ଛାଡ଼ିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe