rajendracollege.nic.in
ବଲାଙ୍ଗୀର : ଆସନ୍ତା ୨୭ ରୁ ୩୦ ଡିସେମ୍ବର ରାଜେନ୍ଦ୍ର କଲେଜର ପ୍ଲାଟିନମ୍ ଜୁବୁଲି ପାଳନ ହେଉଛି। ୨୯ ତାରିଖ ରବିବାର ପୂର୍ବାହ୍ନ ୧୦.୩୦ରେ ସହସ୍ରାଧିକ ସଂଖ୍ୟାରେ ପୁରାତନ ଛାତ୍ରଛାତ୍ରୀଙ୍କର ମହାମିଳନ ହେବ।
କଲେଜର ପୁରାତନ ଛାତ୍ର ତଥା ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହେଉଥିବା ଏହି ମହାମିଳନ ଉତ୍ସବକୁ ଅନ୍ୟତମ ପୁରାତନ ଛାତ୍ର ତଥା ନ୍ୟାୟମୂର୍ତ୍ତି ସଂଜୟ ମିଶ୍ର ଉଦ୍ଘାଟନ କରିବେ। ସଦସ୍ୟତା ଦେୟ ନିର୍ବିଶେଷରେ ବାସ୍କେଟବଲ ପଡ଼ିଆ କାଉଣ୍ଟରରୁ ପଂଜୀକରଣ କରାଇ ପୁରାତନ ଛାତ୍ରଛାତ୍ରୀମାନେ ମହାମିଳନରେ ଯୋଗ ଦେବା ସହ ପୁରୁଣା କମର୍ସ ବ୍ଲକ୍ସ୍ଥିତ ମଂଚ ନିକଟରେ ପଙ୍କ୍ତି ଭୋଜନରେ ଏକାଠି ହେବେ ବୋଲି ଆଲୁମ୍ନି ସଭାପତି ଲଳିତ ନାୟକ ସୂଚନା ଦେଇଛନ୍ତି।
Follow Us