ଡ. ଏ. କେ. ନନ୍ଦଙ୍କ ସମୟରେ ସ୍ବୟଂଶାସିତ ମାନ୍ୟତା ପାଇଥିଲା ରାଜେନ୍ଦ୍ର କଲେଜ

ଜାତୀୟ ସମ୍ମିଳନୀରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କୃତିତ୍ବ

rajendracollege.nic.in

ବଲାଙ୍ଗୀର : ରାଜେନ୍ଦ୍ର କଲେଜର ପୂର୍ବତନ ଅଧ୍ୟକ୍ଷ ଡ. ଅକ୍ଷୟ ନନ୍ଦଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ପୁରାତନ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଶୋକବ୍ୟକ୍ତ କରିଛନ୍ତି। ସ୍ୱର୍ଗତ ଡ. ନନ୍ଦ ବଲାଙ୍ଗୀର ରାଜେନ୍ଦ୍ର କଲେଜରେ ଡିସେମ୍ବର ୨୦୦୧ରୁ ଜୁନ୍‌ ୨୦୦୩ ଯାଏଁ ଅଧ୍ୟକ୍ଷ ରହିଥିଲେ। ତାଙ୍କ ସମୟରେ ରାଜେନ୍ଦ୍ର କଲେଜକୁ ସ୍ବୟଂଶାସିତ ମାନ୍ୟତା ମିଳିଥିଲା। ଏହାସହ ୟୁଜିସିରୁ ସ୍ପେସାଲ ସ୍ୱୀକୃତି ମିଳିଥିଲା। ତାଙ୍କ ସମୟରେ ରାଜେନ୍ଦ୍ର କଲେଜ ପାଠପଢା ବାତାବରଣରେ ଢେର ଉନ୍ନତି ଆସିଥିଲା। କଲେଜର ଜମି ଚିହ୍ନଟ କରି ସେ କ୍ୟାମ୍ପସରେ ପାଚେରି ନିର୍ମାଣ କରାଇଥିଲେ। ଏହାସହ ସେ ଜଣେ ସୁଦକ୍ଷ ପ୍ରଶାସକ ଭାବରେ ନିଜ କାର୍ଯ୍ୟ ରାଜେନ୍ଦ୍ର କଲେଜରେ ତୁଲାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe