ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଭିତ୍ତିଭୂମି ସଜଡ଼ାଯିବ, ରିପୋର୍ଟ ମାଗିଲା ଉଚ୍ଚଶିକ୍ଷା ବିଭାଗ

Advertisment
ଜାତୀୟ ସମ୍ମିଳନୀରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କୃତିତ୍ବ

rajendracollege.nic.in

ଭୁବନେଶ୍ବର : ବଲାଙ୍ଗୀରସ୍ଥିତ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ଭିତ୍ତିଭୂମି ସଜାଡ଼ିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ବିଶ୍ବବିଦ୍ୟାଳୟର ବର୍ତ୍ତମାନର ପ୍ରଶାସନିକ କୋଠା, ଆର୍ଟସ୍‌ ବ୍ଲକର ମରାମତି ଓ ନବୀକରଣ ସହ ଏନ୍‌ସିସି କାର୍ଯ୍ୟାଳୟ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି। ଏହି ସମସ୍ତ କାର୍ଯ୍ୟର ସମ୍ପୂର୍ଣ୍ଣ ଯୋଜନା ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ ବିଭାଗ ପକ୍ଷରୁ ବିଶ୍ବବିଦ୍ୟାଳୟ କୁଳସଚିବଙ୍କୁ କୁହାଯାଇଛି। ସମ୍ପୂର୍ଣ୍ଣ ରୂପରେଖ ମିଳିବା ପରେ ୨୦୨୦ ଜୁନ୍‌ ୩ରେ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଆଧାରରେ ବିଶ୍ବବିଦ୍ୟାଳୟର ବିଭିନ୍ନ କାର୍ଯ୍ୟ ଲାଗି ଅର୍ଥ ଯୋଗାଇ ଦିଆଯିବ। ଯେତେଶୀଘ୍ର ସମ୍ଭବ, ଏ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe