କଂଗ୍ରେସ ପକ୍ଷରୁ ରାଜୀବ ଗାନ୍ଧୀ ଜୟନ୍ତୀ

Advertisment
କଂଗ୍ରେସ ପକ୍ଷରୁ ରାଜୀବ ଗାନ୍ଧୀ ଜୟନ୍ତୀ

ଭୁବନେଶ୍ବର : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କର ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ, ଏଆଇସିସି ସଂପାଦକ ଜି. ରୁଦ୍ର ରାଜୁଙ୍କ ସମେତ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ରାଜଧାନୀସ୍ଥିତ ରାଜୀବ ଭବନ ପରିସରରେ ଥିବା ତାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ପିସିସି ପକ୍ଷରୁ କଂଗ୍ରେସ ଭବନ ପରିସରରେ ଥିବା ରାଜୀବଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବିଧାୟକ ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂ ସାଲୁଜା, ଅନନ୍ତ ପ୍ରସାଦ ସେଠୀ, ଯୁଧିଷ୍ଠିର ଜେନା, ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ଚିନ୍ମୟ ସୁନ୍ଦର ଦାସ, କିଶୋର ଜେନା, ଲୋକନାଥ ମହାରଥୀ, ମନୋରଞ୍ଜନ ଦାଶ, ଅମୀୟ କୁମାର ପଟ୍ଟନାୟକ, ସୁଦର୍ଶନ ଦାସ, ବିଶ୍ୱଜିତ ଦାଶ, ମାନସ ଆଚାର୍ଯ୍ୟ, ପ୍ରକାଶ ଜେନା, ନିରଞ୍ଜନ ନାୟକ, ଜ୍ୟୋତିଷ ସାହୁ, ସଂକୁନା କହଁର, ପ୍ରକାଶ ମିଶ୍ର, ରଜନୀ ମହାନ୍ତି, ଲିଙ୍ଗରାଜ ସାହୁ, ଦୀପକ ସାହୁ, ନରୋତ୍ତମ ନାୟକ, ସୁବାସ ରାଉତ, ସୁଶାନ୍ତ ତ୍ରିପାଠୀ, କୈଳାସ ମୁଖୀ, ତ୍ରିଲୋଚନ ମହାନ୍ତି, ରସିକ ପଟ୍ଟନାୟକ, ଶ୍ରୀନିବାସ ରାଉତରାୟ, ତରୁଣ ମିଶ୍ର, ସତ୍ୟବ୍ରତ ନାୟକ, ଆଲୋକ ମହାନ୍ତି, କନକଲତା ମଲ୍ଲିକ, ପ୍ରଣତି ମିଶ୍ର, ମିହିର ଆଚାର୍ଯ୍ୟ, ଏମଡି ଶାହାଦୁଲ୍ଲା, ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe