ମୟୂରଭଞ୍ଜ ବିଜେପିରେ କମ୍ପନ : ଦଳ ଛାଡ଼ିଲେ ବରିଷ୍ଠ ନେତା ରାଜୁ ଦାସ

Advertisment

ସୋମବାର ସମର୍ଥକଙ୍କ ସହିତ ବିଜେଡିରେ ମିଶ୍ରଣ ଯୋଜନା, ମୋରଡ଼ାରୁ ବିଜେପି ଟିକେଟ୍‌ ଆଶାୟୀ ଥିଲେ, ଦଳ ଅଣଦେଖା କରୁଥିବା ଅଭିଯୋଗ ଆଣିଲେ

ସୋମବାର ସମର୍ଥକଙ୍କ ସହିତ ବିଜେଡିରେ ମିଶ୍ରଣ ଯୋଜନା, ମୋରଡ଼ାରୁ ବିଜେପି ଟିକେଟ୍‌ ଆଶାୟୀ ଥିଲେ, ଦଳ ଅଣଦେଖା କରୁଥିବା ଅଭିଯୋଗ ଆଣିଲେ

ମୟୂରଭଞ୍ଜ ବିଜେପିରେ କମ୍ପନ : ଦଳ ଛାଡ଼ିଲେ ବରିଷ୍ଠ ନେତା ରାଜୁ ଦାସ

ବାରିପଦା : ବରିଷ୍ଠ ବିଜେପି ନେତା ରାଜକିଶୋର ଦାସ ଆଜି ଶେଷରେ ଦଳ ଛାଡ଼ିଛନ୍ତି। ୪୦ ବର୍ଷ ଧରି ଦଳରେ କାମ କଲାପରେ ମଧ୍ୟ ତାଙ୍କର ଅଭିଜ୍ଞତା ଏବଂ ଦଳ ପ୍ରତି ଥିବା ବିଶ୍ବସନୀୟତାକୁ ପ୍ରଶ୍ନ କରାଯାଉଥିବାରୁ ଶ୍ରୀ ଦାସ ବିଜେପି ସହିତ ଦୀର୍ଘ ଦିନର ସମ୍ପର୍କ ଛିନ୍ନ କରିଥିବା ଜଣାପଡ଼ିଛି। ଏହାଛଡ଼ା ଆସନ୍ତା ସୋମବାର ସୁଦ୍ଧା ସେ ନିଜ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଉଥିବା ଜଣାପଡ଼ିଛି। ଫଳରେ ଏହାକୁ ନେଇ ମୟୂରଭଞ୍ଜ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି।

ମୟୂରଭଞ୍ଜ ଜିଲ୍ଲାର ୭ ବିଧାନସଭା ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଥିଲେ ମଧ୍ୟ ମୋରଡ଼ା ଏବଂ ରାଇରଙ୍ଗପୁର ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିନାହିଁ। ଶ୍ରୀ ଦାସ ମୋରଡ଼ା ବିଧାନସଭା କ୍ଷେତ୍ରରୁ ବିଜେପି ଟିକେଟ୍‌ ଆଶାୟୀ ଥିଲେ। ତେବେ ଟିକେଟ ଘୋଷଣାରେ ତାଙ୍କୁ ଉପେକ୍ଷା କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

ଆଜି ଦିନତମାମ ସେ ବାରିପଦାସ୍ଥିତ ନିଜ ବାସଭବନରେ ନିଜର ସମର୍ଥକଙ୍କ ସହିତ ଆଲୋଚନା କରିଥିଲେ। ନିଜର ସମର୍ଥକଙ୍କ ମତାମତ ନେଇ ସେ ବିଜେପି ଛାଡ଼ିବା ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe