ରାଜକୁମାର କୃଷି ଉତ୍ପାଦନ କମିସନର ନିଯୁକ୍ତ

Advertisment

ଅନୁ ଜଳସଂପଦ ଓ ସୁରେନ୍ଦ୍ର ଖଣି ସଚିବ, ସତ୍ୟବ୍ରତଙ୍କ ହାତରେ ଗଣଶିକ୍ଷା ବିଭାଗ

ଅନୁ ଜଳସଂପଦ ଓ ସୁରେନ୍ଦ୍ର ଖଣି ସଚିବ, ସତ୍ୟବ୍ରତଙ୍କ ହାତରେ ଗଣଶିକ୍ଷା ବିଭାଗ

୮ ଓଏଏସ୍‌ ଅଧିକାରୀଙ୍କ ବଦଳି

Eduvoice

ଭୁବନେଶ୍ୱର : ଖଣି ବିଭାଗ ଦାୟିତ୍ବରେ ଢେର୍ ବର୍ଷ ଧରି ଥିବା ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାର ଅଧିକାରୀ ତଥା ୧୯୮୭ ବ୍ୟାଚ୍ ଆଇଏଏସ୍ ରାଜ କୁମାର ଶର୍ମାଙ୍କୁ କୃଷି ଉତ୍ପାଦନ କମିସନର ଭାବେ ରାଜ୍ୟ ସରକାର ଆଜି ନିଯୁକ୍ତି ଦେଇଛନ୍ତି। କେବଳ ସେତିକି ନୁହେଁ, ଜଳସଂପଦ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଇସ୍ପାତ ଓ ଖଣି ଏବଂ ଶ୍ରମ ବିଭାଗର ପ୍ରଶାସନିକ ମୁଖିଆ ବଦଳାଇଛନ୍ତି ରାଜ୍ୟ ସରକାର।

ସରକାରୀ ବିଜ୍ଞପ୍ତି ଅନୁସାରେ, ଶ୍ରମ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ (୧୯୯୧ ବ୍ୟାଚ୍ ଆଇଏଏସ୍)ଙ୍କୁ ରାଜ୍ୟ ସରକାର ଜଳସଂପଦ ବିଭାଗ ଦାୟିତ୍ବ ଧରାଇଛନ୍ତି। ସେ ପୂର୍ବଭଳି ମହିଳା ଓ ଶିଶୁ କଲ୍ୟାଣ ଏବଂ ମିସନ ଶକ୍ତି ବିଭାଗର ସଚିବ ଭାବେ ମଧ୍ୟ କାର୍ଯ୍ୟ କରିବେ। ଜଳସଂପଦ ବିଭାଗ ଦାୟିତ୍ବରେ ଥିବା ୧୯୯୩ ବ୍ୟାଚ୍ ଆଇଏଏସ୍ ସୁରେନ୍ଦ୍ର କୁମାରଙ୍କୁ ଶ୍ରୀ ଶର୍ମାଙ୍କ ସ୍ଥାନରେ ଇସ୍ପାତ ଓ ଖଣି ବିଭାଗ ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି। ଏହି ମୂଳ ଦାୟିତ୍ବ ସହିତ ଶ୍ରୀ କୁମାର କଟକ ଉନ୍ନୟନ କର୍ତ୍ତୃପକ୍ଷ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ।

୧୯୯୧ ବ୍ୟାଚ୍ ଆଇଏଏସ୍ ତଥା ଏମ୍‌ଏସ୍‌ଏମ୍‌ଇ ସଚିବ ସତ୍ୟବ୍ରତ ସାହୁଙ୍କୁ ଅତିରିକ୍ତ ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦାୟିତ୍ବ ନିର୍ବାହ କରିବେ। କାରଣ ଏହି ବିଭାଗ ଦାୟିତ୍ବରେ ଥିବା ଚିତ୍ରା ଅରୁମୁଗମଙ୍କୁ ଶ୍ରମ ବିଭାଗ ପ୍ରମୁଖ ସଚିବ ଭାବେ ନିଯୁକ୍ତି ମିଳିଛି।

ଉଲ୍ଲେଖଯୋଗ୍ୟ, ଦୀର୍ଘ ଦିନ ଧରି ଖାଲି ପଡ଼ିବା ପରେ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାର ଅଧିକାରୀ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ସରକାର କୃଷି ଉତ୍ପାଦନ କମିସନର ଦାୟିତ୍ବ ଦେଇଥିଲେ। ପରେ ତାଙ୍କର ସେଠାରୁ ବଦଳି ହେବା ପରେ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର ଏବେ ଯାଏ ଅତିରିକ୍ତ ଭାବେ ଏହି ଦାୟିତ୍ବ ତୁଲାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe