ଅସନ୍ତୁଷ୍ଟ ଅଲେଖ ପଦ୍ମ ଛାଡ଼ି ହାତ ଧରିବା ନେଇ ଚର୍ଚ୍ଚା !

ଅସନ୍ତୁଷ୍ଟ ଅଲେଖ ପଦ୍ମ ଛାଡ଼ି ହାତ ଧରିବା ନେଇ ଚର୍ଚ୍ଚା !

ରାଜନଗର:କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ନିର୍ବାଚନମଣ୍ଡଳୀରେ ଚଳିତ ନିର୍ବାଚନକୁ ନେଇ ରାଜନୈତିକ ପାଣିପାଗ ସରଗରମ ରହିଛି। ବିଜେଡି ଏହି ଆସନରୁ ବିଧାୟକ ଧ୍ରୁବ ସାହୁଙ୍କୁ ପୁଣି ଥରେ ଭରସା କରି ଟିକେଟ ଦେଇଛି। ଧ୍ରୁବଙ୍କ ବିରୋଧରେ ବିଜେପି ଲଳିତ ବେହେରାଙ୍କୁ ପ୍ରାର୍ଥୀ କରିଛି।

କଂଗ୍ରେସ ଏ ପର୍ଯ୍ୟନ୍ତ ଏହି ଆସନରୁ ବିଧାୟକ ପ୍ରାର୍ଥୀ ଘୋଷଣା କରିନାହିଁ। ଅଲେଖ ଜେନା ବିଜେପିରୁ ଟି‌କେଟ ପାଇ ନ ଥିବାରୁ ସେ ବାଡ଼ ଡେଇଁ କଂଗ୍ରେସ ଶିବିରରେ ଯୋଗଦେବା ନେଇ ଚର୍ଚ୍ଚା ହେଉଛି। ଯଦି ଅଲେଖ ତାଙ୍କ ସମର୍ଥକଙ୍କ ସହିତ କଂଗ୍ରେସରେ ଯୋଗ ଦିଅନ୍ତି ତେବେ ରାଜନଗରରେ ଚଳିତ ନିର୍ବାଚନରେ ତ୍ରିମୁଖୀ ଲଢ଼େଇ ହେବ ବୋଲି ରାଜନୈତିକ ସମୀକ୍ଷକ ମତପ୍ରକାଶ କରିଛନ୍ତି।

ରାଜନଗରରୁ ୨୦୦୯-୨୦୧୪ ପର୍ଯ୍ୟନ୍ତ ବିଧାୟକ ଭାବେ ଅଲେଖ ଜନସାଧାରଣଙ୍କ ପ୍ରିୟପାତ୍ର ହୋଇପାରିଥିଲେ। ସେ ୨୦୧୯ ନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୋଇ ତୃତୀୟ ସ୍ଥାନରେ ଥିଲେ। ଅଲେଖଙ୍କୁ ଭାଜପା ଅଣଦେଖା କରିଥିବାରୁ ସେ ଦଳ ଛାଡି କଂଗ୍ରେସରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe