financialexpress.com
ରାଜନଗର : ରାଜନଗର ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ବରିଷ୍ଠ କଂଗ୍ରେସ ନେତା ଅରୁଣ କୁମାର ରାଉତଙ୍କୁ କଂଗ୍ରେସରୁ ନିଲମ୍ବିତ କରାଯାଇଛି।
ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅରୁଣ ୪୩ଜଣ ଆଗଧାଡିର କଂଗ୍ରେସ କର୍ମୀଙ୍କୁ ନେଇ ଚାରିଦିନିଆ ପିକ୍ନିକ୍ରେ ଯାଇଥିଲେ। ଏହି ପିକନିକ୍କୁ ନେଇ ରାଜନଗର କଂଗ୍ରେସରେ କମ୍ପନ ସୃଷ୍ଟି ହୋଇଥିଲା। ୨ ତାରିଖ ଦିନ ବ୍ଲକ୍ କଂଗ୍ରେସ କାର୍ଯ୍ୟାଳୟରେ ବୈଠକ ବସି ଅରୁଣଙ୍କୁ କଂଗ୍ରେସରୁ ନିଲମ୍ବିତ କରିବା ପାଇଁ ପ୍ରସ୍ତାବ ପାରିତ ହୋଇଥିଲା। ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏହି ଘଟଣା ଉପରେ ରିପୋର୍ଟ ଦେବାକୁ ପିସିସିର ପୂର୍ବତନ ସାଧାରଣ ସଂପାଦକ ଜ୍ଞାନଦେବ ବେହୁରାଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଥିଲେ। ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ଆଧାରରେ ଆଜି ସକାଳେ ପିସିସି ସଭାପତି ପୂର୍ବତନ ଜିଲ୍ଲାପରିଷଦ ସଭ୍ୟଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି।
Follow Us