ରାଜନଗରର ସୁରକ୍ଷା କବଚ ହେନ୍ତାଳ ବଣ!

Advertisment

ବାତ୍ୟା ‘ଦାନା’ ଭିତରକନିକା ଓ ଭଦ୍ରକ ଜିଲ୍ଲା ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ପ୍ରାଥମିକ ଆକଳନ କରାଯାଉଥିବା ବେଳେ ବର୍ଷ ବର୍ଷ ଧରି ସ୍ଥାନୀୟ ଲୋକଙ୍କ ସୁରକ୍ଷା କବଜ ସାଜି ଆସିଥିବା ହେନ୍ତାଳ ବଣ ବା ଲୁଣା ଜଙ୍ଗଲ ଉପରେ ସମସ୍ତଙ୍କ ନଜର ରହିଛି।

ବାତ୍ୟା ‘ଦାନା’ ଭିତରକନିକା ଓ ଭଦ୍ରକ ଜିଲ୍ଲା ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ପ୍ରାଥମିକ ଆକଳନ କରାଯାଉଥିବା ବେଳେ ବର୍ଷ ବର୍ଷ ଧରି ସ୍ଥାନୀୟ ଲୋକଙ୍କ ସୁରକ୍ଷା କବଜ ସାଜି ଆସିଥିବା ହେନ୍ତାଳ ବଣ ବା ଲୁଣା ଜଙ୍ଗଲ ଉପରେ ସମସ୍ତଙ୍କ ନଜର ରହିଛି।

ଭିତରକନିକାରେ କୁମ୍ଭୀର, ବିଦେଶୀ ପକ୍ଷୀ ସଂଖ୍ୟା ବୃଦ୍ଧି

ରାଜନଗର: ବାତ୍ୟା ‘ଦାନା’ ଭିତରକନିକା ଓ ଭଦ୍ରକ ଜିଲ୍ଲା ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ପ୍ରାଥମିକ ଆକଳନ କରାଯାଉଥିବା ବେଳେ ବର୍ଷ ବର୍ଷ ଧରି ସ୍ଥାନୀୟ ଲୋକଙ୍କ ସୁରକ୍ଷା କବଜ ସାଜି ଆସିଥିବା ହେନ୍ତାଳ ବଣ ବା ଲୁଣା ଜଙ୍ଗଲ ଉପରେ ସମସ୍ତଙ୍କ ନଜର ରହିଛି। ୧୯୯୯ ମହାବାତ୍ୟାରୁ ଆରମ୍ଭ କରି ଫନି, ଅମ୍ଫାନ୍‌, ହୁଡ୍‌ହୁଡ୍‌, ବୁଲ୍‌ବୁଲ୍‌, ତିତ୍‌ଲି ଓ ୟାସ୍‌ ଭଳି ବାତ୍ୟା ମୁହଁରୁ ରାଜନଗରକୁ ରକ୍ଷା କରି ଆସିଥିବା ଲୁଣା ଜଙ୍ଗଲ ଏଥର ବି ଅଞ୍ଚଳବାସୀଙ୍କ ସୁରକ୍ଷା କବଚ ସାଜିବ ବୋଲି ଭିତରକନିକା ଅଞ୍ଚଳର ଲୋକେ ଭରସା ରଖିଛନ୍ତି। 

ବ୍ରାହ୍ମଣୀ, ମହାନଦୀ, ବୈତରଣୀର ତ୍ରିକୋଣ ଭୂମିରେ ଅବସ୍ଥିତ ଭିତରକନିକା ହେନ୍ତାଳବଣ ବା ଲୁଣା ଜଙ୍ଗଲ। ପପୁଆ ନିଉଗିନିଆ ପରେ ଏହା ହେଉଛି ବିଶ୍ବର ଦ୍ବିତୀୟ ବୃହତ୍ତମ ବିସ୍ତାରିତ ଲୁଣାଜଙ୍ଗଲ। ଧାମରା ମୁହାଣ ଠାରୁ ବରୁଣେଇ ମୁହାଣ ଯାଏଁ ୬୭୨ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ଏହି ଲୁଣା ଜଙ୍ଗଲ। ଏହି ଜଙ୍ଗଲରେ ଘଞ୍ଚ ଗୁଳ୍ମ, ବୁଦା ଓ ବଣୁଆ ଘାସ ଦେଖିବାକୁ ମିଳିଥାଏ। ଭିତରକନିକାରେ ଥିବା ଲୁଣା ଜଙ୍ଗଲରେ ୭୩ ପ୍ରକାରର ଲୁଣା ଗଛ ଦୃଷ୍ଟି ଗୋଚର ହୁଏ। ଏହି  ହେନ୍ତାଳବଣ ଉପକୂଳକୁ ବାତ୍ୟା ଦାଉରୁ ରକ୍ଷା କରିଥାଏ। ଏହି ଲୁଣାଜଙ୍ଗଲର ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଅପରାଜେୟ ଶକ୍ତି ରହିଛି। ଭିତରକନିକା ଲୁଣା ଜଙ୍ଗଲ କେବଳ ରାଜନଗର ନୁହେଁ, ଉପକୂଳକୁ ବି ଅଧିକାଂଶ ସମୟରେ ବିପର୍ଯ୍ୟୟରୁ ରକ୍ଷା କରିଆସିଛି। ୧୯୯୯ ମହାବାତ୍ୟାରେ ଯେଉଁ ଧରଣର କ୍ଷୟକ୍ଷତି ଅନ୍ୟ ଅଞ୍ଚଳରେ ହୋଇଥିଲା, ଭିତରକନିକାର ଲୁଣା ଜଙ୍ଗଲ ପାଇଁ ରାଜନଗରରେ ସେଭଳି କ୍ଷତି ହୋଇ ନଥିଲା। ୨୦୨୧ରେ ବାତ୍ୟା ୟାସ୍‌ ଭିତରକନିକାର ଟିକାୟତନଗର ନିକଟରେ ମାଡ ନେବ ବୋଲି କୁହାଯାଇଥିଲା। ମାତ୍ର ଲୁଣା ଜଙ୍ଗଲ ଯୋଗୁଁ ସେପରି କିଛି ପ୍ରଭାବ ପଡ଼ିନଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe