ମହାପ୍ରଭୁଙ୍କ ଦର୍ଶନ କଲେ ରାଜନାଥ, ଅଶ୍ବିନୀ

ମହାପ୍ରଭୁଙ୍କ ଦର୍ଶନ କଲେ ରାଜନାଥ, ଅଶ୍ବିନୀ

ପୁରୀ: ରାଜ୍ୟରେ ବିଜେପିର ସରକାର ଗଠନ ଏବଂ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମନ୍ତ୍ରିମଣ୍ଡଳର ଶପଥଗ୍ରହଣ ଉତ୍ସବ ଅବସରରେ ଓଡ଼ିଶା ଆସିଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଭିତର କାଠରୁ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହ ମହାପ୍ରଭୁଙ୍କ ପାଖରେ ଦୀପ ପ୍ରଜ୍ଜ୍ବଳନ କରି ଫେରିଛନ୍ତି। ଆଜି ପୂର୍ବାହ୍ନରେ ଦୁଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ ଓ ଶ୍ରୀ ବୈଷ୍ଣବ କଡ଼ା ସୁରକ୍ଷା ମଧ୍ୟରେ ଶ୍ରୀ ମନ୍ଦିରରେ ପହଞ୍ଚିଥିଲେ। ଏହାପରେ ବାଇଶିପାହାଚ ଦେଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥିଲେ। ଏହି ଅବସରରେ ଶ୍ରୀମନ୍ଦିର ପ୍ରଶାସନ ଓ ଶ୍ରୀମନ୍ଦିର ସେବାୟତଙ୍କ ତରଫରୁ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ଦେଇ ସମ୍ମାନିତ କରାଯାଇଥିଲା। ବିଜେପି ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ ମଧ୍ୟ ଦୁଇ ମନ୍ତ୍ରୀଙ୍କୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ଓ ପ୍ରସାଦ ଭେଟି ଦେଇଥିଲେ। ପୁରୀ ସାଂସଦ ସମ୍ବିତ ପାତ୍ର ଓ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।

ଦର୍ଶନ ସାରି ଫେରିବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ ରଥଖଳାରେ ଅଟକି ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଥିଲେ। ପରେ ଶ୍ରୀ ସିଂହ, ଶ୍ରୀ ବୈଷ୍ଣବ ଓ ସମ୍ବିତ ପ୍ରମୁଖ ଏକତ୍ର କଦଳୀପତ୍ରରେ ମହାପ୍ରସାଦ ସେବନ କରିଥିଲେ। ପରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ‘ଆଜି ମୋତେ ମହାପ୍ରଭୁଙ୍କ ଦର୍ଶନ ସୌଭାଗ୍ୟ ମିଳିଥିବାରୁ ମୁଁ ଭାଗ୍ୟଶାଳୀ’, ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe