ରାଜ୍ୟସଭା ଉପନିର୍ବାଚନ ବିଜ୍ଞପ୍ତି ଆଜି, ବିଷ୍ଣୁ ପ୍ରସାଦ ମିଶ୍ର ରିଟର୍ଣ୍ଣିଂ ଅଫିସର୍

Advertisment
ରାଜ୍ୟସଭା ଉପନିର୍ବାଚନ ବିଜ୍ଞପ୍ତି ଆଜି, ବିଷ୍ଣୁ ପ୍ରସାଦ ମିଶ୍ର ରିଟର୍ଣ୍ଣିଂ ଅଫିସର୍

ଭୁବନେଶ୍ବର : ଆସନ୍ତା ୩ ତାରିଖରେ ଓଡ଼ିଶାରେ ୩ଟି ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ହେବ। ସେଥି ନିମନ୍ତେ ମଙ୍ଗଳବାର ଦିନ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯିବ। ଉପନିର୍ବାଚନ ପାଇଁ ବରିଷ୍ଠ ଓଏଏସ୍‌ ଅଫିସର୍ ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ ରିଟର୍ଣ୍ଣିଂ ଅଫିସର୍ ଭାବେ ନିର୍ବାଚନ କମିସନ୍ ନିଯୁକ୍ତି ଦେଇଛନ୍ତି। ଶ୍ରୀ ମିଶ୍ର ଏବେ ଓଡ଼ିଶା ସବ୍‌-ଅର୍ଡିନେଟ୍‌ ଷ୍ଟାଫ୍ ସିଲେକ୍ସନ୍ କମିସନ୍‌ର ସଚିବ ଭାବେ କାର୍ଯ୍ୟ କରୁଛନ୍ତି।

ଆସନ୍ତାକାଲି ବିଜ୍ଞପ୍ତି ଜାରି ହେବା ସହ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହେବ। ଏହା ୨୫ ତାରିଖ ଯାଏ ଚାଲିବ। ସେହିଦିନ ବିଧାନସଭା ଅଧିବେଶନ ଆରମ୍ଭ ହେବ। ତେଣୁ ଅଧିବେଶନ କାର୍ଯ୍ୟ ଯେପରି ପ୍ରଭାବିତ ନ ହୁଏ ଓ ଉପନିର୍ବାଚନ ସୁରୁଖୁରୁରେ ପରିଚାଳିତ ହୁଏ, ସେଥି ପାଇଁ ରିଟର୍ଣ୍ଣିଂ ଅଫିସର୍‌ଙ୍କ କାର୍ଯ୍ୟାଳୟ ବିଧାନ ‌େସୗଧର ମୁଖ୍ୟ କୋଠାର ପଛ ଭାଗରେ ଥିବା ଅଭ୍ୟର୍ଥନା ଗୃହରେ କରାଯିବ। ସେଠାରେ ପ୍ରାର୍ଥୀମାନେ ପ୍ରାର୍ଥିପତ୍ର ଦାଖଲ କରି‌େବ। ଏଥି ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଆଜି ବାଚସ୍ପତିଙ୍କୁ ବିଧାନସଭାରେ ପରିସରରେ ଭେଟି ଅନୁରୋଧ କରିଛନ୍ତି। ବାଚସ୍ପତି ଏଥିରେ ସମ୍ମତି ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe