୨୦ରେ ଓଡ଼ିଶା ଆସିବ ରାଜ୍ୟସଭା କମିଟି

Advertisment
୨୨ ଜଣ ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ

image source--zee news

ଭୁବନେଶ୍ବର : ରାଜ୍ୟସଭାର ୯ ଜଣ ସାଂସଦଙ୍କ ଏକ କମିଟି ଆସନ୍ତା ୨୦ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବ। ଏଆଇଡିଏମ୍‌କେର ରାଜ୍ୟସଭା ସାଂସଦ ଏ. ନବନିଥକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଆସୁଥିବା ଏହି କମିଟି ଓଡ଼ିଶାର ବିଭିନ୍ନ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିବ। ଏହା ମଧ୍ୟରେ ରହିଛି ବିଭିନ୍ନ ଜଳ ଓ ରେଳ ପ୍ରକଳ୍ପ, ନୂଆ ବିମାନବନ୍ଦର, ରାଜପଥ ନିର୍ମାଣ ପାଇଁ ଜମି ଅଧିଗ୍ରହଣ, ଆଦିବାସୀଙ୍କ ବିସ୍ଥାପନ ଓ କୃଷି କ୍ଷେତ୍ର ପାଇଁ ବିଶ୍ୱବ୍ୟାଙ୍କ ଦେଇଥିବା ଋଣର ଉପଯୋଗ ଇତ୍ୟାଦି। ଏହି ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ। ଦୁଇ ଦିନ ଧରି ପର୍ଯ୍ୟାୟକ୍ରମେ ବୈଠକ କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe