୩ ରାଜ୍ୟସଭା ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ

Advertisment
୩ ରାଜ୍ୟସଭା ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ

ଭୁବନେଶ୍ୱର: ରାଜ୍ୟସଭା ୩ଟି ଆସନ ପାଇଁ ଦାଖଲ ହୋଇଥିବା ବିଜେଡିର ଦୁଇ ଜଣ ପ୍ରାର୍ଥୀ ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର ଓ ବିଜେଡି ସମର୍ଥିତ ବିଜେପି ପ୍ରାର୍ଥୀ ଅଶ୍ମିନୀ ବୈଷ୍ଣବଙ୍କ ପାଥ୍ରୀ ପତ୍ର କାଏମ ରହିଛି। ରାଜ୍ୟସଭା ନିର୍ବାଚନ ପରିଚାଳନା କରୁଥିବା ରିଟର୍ଣ୍ଣି ଅଫିସର ବିଷ୍ଣୁ ପ୍ରସାଦ ମିଶ୍ର ବୁଧବାର ଏହି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟସଭା ସାଂସଦ ପାଇଁ ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଓ ଅଶ୍ୱିନୀ ବୈଷ୍ଣବ ନାମାଙ୍କନ ପତ୍ର ଦାଖଲ କରିଥିଲେ। ନାମାଙ୍କନ ପତ୍ର ଯାଞ୍ଚ ପରେ ୩ ଜଣଙ୍କର ନାମ କାଏମ ରହିଛି।

ରାଜ୍ୟସଭା ସଦସ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରତାପ ଦେବ ଏବଂ ଅଚ୍ୟୁତ ସାମନ୍ତ ଗତ ସାଧାରଣ ନିର୍ବାଚନରେ ନିର୍ବାଚିତ ହେବା ପରେ ରାଜ୍ୟସଭା ସଭ୍ୟ ପଦରୁ ଇସ୍ତଫା ଦେଇଥିଲେ ଏବଂ ଏହା ଫଳରେ ୩ଟି ଆସନ ଖାଲି ପଡ଼ିଥିଲା। ନିକଟରେ ନିର୍ବାଚନ କମିସନଙ୍କ ପକ୍ଷରୁ ଏହି ୩ଟି ଆସନ ପାଇଁ ଉପନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe