Advertisment

Rajya Sabha: ରାଜନୀତିରେ ରାଜ୍ୟସଭା

Advertisment

ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥାରେ ରାଜ୍ୟସଭା ବେଶ୍ ଗୁରୁତ୍ବ ବହନ କରେ। ପରୋକ୍ଷ ନିର୍ବାଚନ ପ୍ରକ୍ରିୟାରେ ବିଧାୟକମାନେ ଏଠାକୁ ପ୍ରତିନିଧି ନିର୍ବାଚିତ କରନ୍ତି। ଓଡ଼ିଶାରୁ ରାଜ୍ୟସଭାରେ ୧୦ଟି ଆସନ ରହିଛି।

ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥାରେ ରାଜ୍ୟସଭା ବେଶ୍ ଗୁରୁତ୍ବ ବହନ କରେ। ପରୋକ୍ଷ ନିର୍ବାଚନ ପ୍ରକ୍ରିୟାରେ ବିଧାୟକମାନେ ଏଠାକୁ ପ୍ରତିନିଧି ନିର୍ବାଚିତ କରନ୍ତି। ଓଡ଼ିଶାରୁ ରାଜ୍ୟସଭାରେ ୧୦ଟି ଆସନ ରହିଛି।

dgjjdgdjgbcnbn

ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥାରେ ରାଜ୍ୟସଭା ବେଶ୍ ଗୁରୁତ୍ବ ବହନ କରେ। ପରୋକ୍ଷ ନିର୍ବାଚନ ପ୍ରକ୍ରିୟାରେ ବିଧାୟକମାନେ ଏଠାକୁ ପ୍ରତିନିଧି ନିର୍ବାଚିତ କରନ୍ତି। ଓଡ଼ିଶାରୁ ରାଜ୍ୟସଭାରେ ୧୦ଟି ଆସନ ରହିଛି। ସାଧାରଣତଃ ବିଭିନ୍ନ କ୍ଷେତ୍ରରେ ସଫଳ ବ୍ୟକ୍ତିବିିଶେଷଙ୍କୁ ରାଜ୍ୟସଭାକୁ ପଠାଇବାର ପରମ୍ପରା ରହିଛି। କିନ୍ତୁ ତାହା ଆଦୌ ପାଳନ ହେଉ ନାହିଁ। ବିଧାନସଭାରେ ସଂଖ୍ୟାର ଖେଳରେ ରାଜ୍ୟସଭା ପ୍ରାର୍ଥୀଙ୍କ ବିଜୟ ନିର୍ଭର କରେ। ଓଡ଼ିଶାରେ ବିଭିନ୍ନ ସମୟରେ ରାଜ୍ୟସଭା ନିର୍ବାଚନ ବେଶ୍ ରୋଚକ ରହିଛି। ସବୁବେଳେ ଦଳୀୟ ପ୍ରାର୍ଥୀ ସହଜରେ ଜିତିନାହାନ୍ତି। ଏଥି ପାଇଁ ଶୀର୍ଷ ନେତୃତ୍ବଙ୍କ ରଣନୀତି ବଡ଼ ଭୂମିକା ନେଇଛି। ଓଡ଼ିଶାରେ ରାଜ୍ୟସଭା ନିର୍ବାଚନ ଇତିହାସର କେତୋଟି ଉଲ୍ଲେଖନୀୟ ତଥା ଚର୍ଚ୍ଚିତ ଘଟଣାବଳୀକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା। 
-: ପ୍ରସ୍ତୁତି :- ବିଶ୍ବଜିତ ଦାଶ, କ୍ଷିତୀଶ ରାୟ, ସସ୍ମିତା ସାହୁ

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରୁ ଯାଇଛନ୍ତି ୧୩୨, କଂଗ୍ରେସରୁ ସର୍ବାଧିକ ୫୨ ଜଣ, ବିଜେଡିରୁ ୩୬ ଜଣ 

ଦେଶରେ ପ୍ରଥମ ରାଜ୍ୟସଭା ନିର୍ବାଚନ ୧୯୫୨ ମାର୍ଚ୍ଚ ମାସରେ ଅନୁଷ୍ଠିତ ହୋଇଥିଲା। ସେହିବର୍ଷ ଏପ୍ରିଲ ୩ ତାରିଖରେ ଆନୁଷ୍ଠାନିକ ଭାବେ ରାଜ୍ୟସଭା ଗଠନ ହୋଇଥିଲା ଓ ମେ’ ୧୩ରେ ଏହାର ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ପ୍ରଥମ ରାଜ୍ୟସଭାକୁ ଓଡ଼ିଶାରୁ ୯ ଜଣ ନିର୍ବାଚିତ ହୋଇଥିଲେ। ସେଥିରୁ କଂଗ୍ରେସରୁ ଥିଲେ ୫ ଜଣ। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରୁ ୧୩୨ ଜଣ ରାଜ୍ୟସଭାକୁ ନିର୍ବାଚିତ ହୋଇସାରିଥିବା ‌ବେଳେ ରାଷ୍ଟ୍ରପତିଙ୍କ ଦ୍ବାରା ମାତ୍ର ଜଣେ (ପଦ୍ମବିଭୂଷଣ ରଘୁନାଥ ମହାପାତ୍ର) ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି।  ୧୯୪୭ରୁ ୨୦୦୦ ମସିହା ମଧ୍ୟରେ କଂଗ୍ରେସ ପାଖାପାଖି ଚାରି ଦଶନ୍ଧି ରାଜ୍ୟ ଶାସନରେ ରହିଛି।  ଦଳରୁ ଏଯାବତ୍‌ ୫୨ ଜଣ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୦ ଜଣ ଦ୍ବିତୀୟ ଥର ରାଜ୍ୟସଭା ଯିବାର ସୁଯୋଗ ପାଇଥିଲେ।

ଭବାନୀ ଚରଣ ପଟ୍ଟନାୟକ, ଲୋକନାଥ ମିଶ୍ର ଓ ସନ୍ତୋଷ କୁମାର ସାହୁ ୩ ଥର ଲେଖାଏଁ ରାଜ୍ୟସଭାକୁ ନିର୍ବାଚିତ ହେବାର ସୌଭାଗ୍ୟ ପାଇଛନ୍ତି। ଲୋକନାଥ ମିଶ୍ର ସ୍ବତନ୍ତ୍ର ପାର୍ଟିରୁ, ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ଭବାନୀ ଚରଣ ପଟ୍ଟନାୟକ ଦୁଇ ପାଳି କଂଗ୍ରେସରୁ ଓ ତୃତୀୟ ଥର ଜନତା ଦଳରୁ ନିର୍ବାଚିତ ହୋଇ ରାଜ୍ୟସଭା ସାଂସଦ ପଦମଣ୍ଡନ କରିଥିଲେ। ସେହିଭଳି ସନ୍ତୋଷ କୁମାର ସାହୁ କଂଗ୍ରେସରୁ ଲଗାତାର ୩ ଥର ନିର୍ବାଚିତ ହୋଇ ରାଜ୍ୟସଭାକୁ ଯାଇଥିଲେ। ୨୦୦୦ରୁ ୨୦୨୪ ମସିହା ପର୍ଯ୍ୟନ୍ତ ବିଜେଡି ଓଡ଼ିଶା ଶାସନରେ ରହିଥିଲା। ଏ ମଧ୍ୟରେ ୩୬ ଜଣଙ୍କୁ ରାଜ୍ୟସଭା ପଠାଇଛି। ସେଥିମଧ୍ୟରୁ ବୈଜୟନ୍ତ ପଣ୍ଡା, ଅନଙ୍ଗ ଉଦୟ ସିଂହଦେଓ, ପ୍ୟାରୀମୋହନ ମହାପାତ୍ର ଓ ସସ୍ମିତ୍‌ ପାତ୍ର ୨ ଥର ଲେଖାଏଁ ବିଜେଡି ପକ୍ଷରୁ ରାଜ୍ୟସଭା ପାଇଁ ନିର୍ବାଚିତ ହୋଇଛନ୍ତି।

ରଞ୍ଜୀବଙ୍କ ପରେ କାହାକୁ ପଠାଇପାରିନି କଂଗ୍ରେସ
୨୦୧୪ ମସିହାରେ ରଞ୍ଜୀବ ବିଶ୍ବାଳ କଂଗ୍ରେସ ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ତାହା ପରଠାରୁ ସଂଖ୍ୟାର ଖେଳରେ କଂଗ୍ରେସ ପଛରେ ପଡ଼ିଯାଇଛି। ୨୦୧୪, ୨୦୧୯ ଓ ୨୦୨୪ ତିନିଟି ଯାକ ନିର୍ବାଚନରେ ବିଧାନସଭାରେ କଂଗ୍ରେସର ଆସନ ସଂଖ୍ୟା କମ୍‌ ଥିବାରୁ ଦଳ ରାଜ୍ୟସଭା ପ୍ରାର୍ଥୀ ଦେବା ସ୍ଥିତିରେ ନାହିଁ। ରାଜ୍ୟସଭା ନିର୍ବାଚନରେ ଓଡ଼ିଶା କଂ‌ଗ୍ରେସ ଅପ୍ରାସଙ୍ଗିକ ହୋଇ ରହିଛି। ତେବେ ୨୦୧୪ରେ ରଞ୍ଜୀବଙ୍କ ବିଜୟ ବେଶ୍ ରୋଚକ ଥିଲା। ୨୦୧୪ରେ ରାଜ୍ୟସଭାର ଖାଲିଥିବା ଚାରି ଆସନ ପାଇଁ ନିର୍ବାଚନ ହୋଇଥିଲା। ବିଜେଡିର ୩ ପ୍ରାର୍ଥୀ ଅନଙ୍ଗ ଉଦୟ ସିଂହଦେଓ, କଳ୍ପତରୁ ଦାସ ଓ ସରୋଜିନୀ ହେମ୍ବ୍ରମ୍‌ଙ୍କୁ ଜିତିବାରେ କୌଣସି ସମସ୍ୟା ନଥିଲା। କିନ୍ତୁ ଚତୁର୍ଥ ପ୍ରାର୍ଥୀ ପାଇଁ ବିଜେଡି ପାଖରେ ସଂଖ୍ୟା ନ ଥିବାରୁ ସ୍ବାଧୀନ ପ୍ରାର୍ଥୀ ତଥା ବିଶିଷ୍ଟ ସ୍ଥପତି ରଘୁନାଥ ମହାପାତ୍ରଙ୍କୁ ଦଳ ସମର୍ଥନ କରିଥିଲା। ବିଜେପି ପାଖରେ ସଂଖ୍ୟା ନ ଥିବାରୁ ଦଳ ପ୍ରାର୍ଥୀ ଦେଇ ନଥିଲା। ଶେଷ ମୁହୂର୍ତ୍ତରେ ରଘୁନାଥଙ୍କୁ ସମର୍ଥନ କରିଥିଲା। କଂଗ୍ରେସ ପାଖରେ ଆବଶ୍ୟକ ସଂଖ୍ୟା ଠାରୁ କିଛିଟା କମ୍‌ ଥିଲେ ବି ଦଳ ରଞ୍ଜୀବଙ୍କୁ ପ୍ରାର୍ଥୀ କରିଥିଲା। ତେଣୁ ରଞ୍ଜୀବ ଓ ରଘୁନାଥଙ୍କ ମଧ୍ୟରେ ଚତୁର୍ଥ ଆସନ ପାଇଁ ଲଢ଼େଇ ହୋଇଥିଲା। ଯଦିଓ ଉଭୟ ପ୍ରାର୍ଥୀ ପ୍ରଥମ ପସନ୍ଦର ଭୋଟ ପାଇ ନ ଥିଲେ, ହେଲେ ଦ୍ବିତୀୟ ପସନ୍ଦର ଭୋଟ ଗଣତିରେ ରଘୁନାଥ ପଛରେ ପଡ଼ିଯାଇଥିଲେ। ରଞ୍ଜୀବ ବିଜୟୀ ହୋଇଥିଲେ। 

ରୋଚକ ହୋଇଥିଲା ନିର୍ବାଚନ
ସ୍ବାଧୀନ ପ୍ରାର୍ଥୀ ରଘୁନାଥଙ୍କୁ ହରାଇଥିଲେ ରଞ୍ଜୀବ
ଭୋଟ ଦେବାକୁ ହ୍ବିଲ୍‌ ଚେୟାର ଓ ଷ୍ଟ୍ରେଚରରେ ଆସିଥିଲେ ଦୁଇ ବିଧାୟକ

ଏହି ନିର୍ବାଚନରେ ବିଜେପି ବିଧାୟକ ମ‌ନୋଜ ପ୍ରଧାନ ଭୋଟ ଦେବାକୁ ଆସି ନ ଥିଲେ। ଗୋଟିଏ ଭୋଟ ନାକଚ ହୋଇଯିବାରୁ ମୋଟ୍‌ ବୈଧ ଭୋଟ୍‌ ସଂଖ୍ୟା ୧୪୫ ହୋଇଥିଲା। ବିଜେଡିର ତିନି ପ୍ରାର୍ଥୀ ଆବଶ୍ୟକ ଭୋଟମୂଲ୍ୟଠାରୁ ଅଧିକ ପାଇଥିଲେ। ସେମାନଙ୍କ ବଳକା ଭୋଟ ଦ୍ବିତୀୟ ପସନ୍ଦ ପ୍ରାର୍ଥୀ ରଘୁନାଥଙ୍କୁ ଯାଇଥିଲା। ଏପଟେ କଂଗ୍ରେସର ୨୭ ବିଧାୟକଙ୍କୁ ଏକାଠି ରଖିବାରେ ରଞ୍ଜୀବ ସଫଳ ହୋଇଥିଲେ। ବିଜେପିରୁ ନିଲମ୍ବିତ ବିଧାୟକ ଭୀମସେନ ଚୌଧୁରୀ ଦଳ ନିଷ୍ପତ୍ତି ବିରୋଧରେ ଯାଇ କଂଗ୍ରେସକୁ ଭୋଟ ଦେଇଥିବା ଚର୍ଚ୍ଚା ହୋଇଥିଲା। ଜଣେ ସ୍ବାଧୀନ ବିଧ‌ାୟକ ମଧ୍ୟ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲେ। ଶ୍ରୀ ବିଶ୍ବାଳ ୨୯ଟି ଭୋଟ ପାଇଥିବା ବେଳେ ଶ୍ରୀ ମହାପାତ୍ର ୨୦ଟି ଭୋଟ ପାଇ ପଛରେ ପଡ଼ି ଯାଇଥିଲେ। ଏହାସହ ଭୋଟ ଦେବା ପାଇଁ କଂଗ୍ରେସ ଓ ବିଜେଡିର ଦୁଇ ସଦସ୍ୟ ହ୍ବିଲ୍‌ ଚେୟାର ଓ ଷ୍ଟ୍ରେଚରରେ ଆସିବା ବେଶ୍‌ ରୋଚକ ଥିଲା। କଂଗ୍ରେସ ବିଧାୟକ ବାସୁଦେବ ମାଝୀ ହୋସ୍‌ରେ ନ ଥିଲେ ଓ ତାଙ୍କ ପାଇଁ ଜନ୍ମେଜୟ ଲେଙ୍କା ଭୋଟ ଦେଇଥିଲେ। ସେହିପରି ବିଜେଡି ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଷ୍ଟ୍ରେଚରରେ ଆସିଥିଲେ। ତାଙ୍କ ତରଫରୁ ପ୍ରକାଶ ପଟ୍ଟନାୟକ ଭୋଟ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe