ଧର୍ମେନ୍ଦ୍ର ପ୍ରଧାନଙ୍କ ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ ପ୍ରତିକ୍ରିୟା ରଖିଲେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର

Advertisment
ଧର୍ମେନ୍ଦ୍ର ପ୍ରଧାନଙ୍କ ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ ପ୍ରତିକ୍ରିୟା ରଖିଲେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡ଼ିଆରେ କରିଥିବା ପୋଷ୍ଟକୁ ନେଇ ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ବୋଧେ ଓଡ଼ିଶାର ବିକାଶକୁ ଦେଖି ସହ୍ୟ କରି ପାରୁନାହାନ୍ତି। କେନ୍ଦ୍ରମନ୍ତ୍ରୀ ଭାବରେ ସିଏ କେତେ ବିଫଳ ତାହା ସମସ୍ତେ ଜାଣିଛନ୍ତି। କେନ୍ଦ୍ରମନ୍ତ୍ରୀ ଥାଇ ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର ହେଉକି ଦେବଗଡ଼ରେ ସେ ଗୋଟିଏ ମଧ୍ୟ ସ୍କିଲ ଡେଭଲପମେଣ୍ଟ ସେଣ୍ଟର କରି ପାରିନାହାନ୍ତି।

ଏନଏୁ ୫୫ ଅବସ୍ଥା ନ କହିଲେ ଭଲ। ବାରମ୍ବାର ସମ୍ବଲପୁର ଏବଂ ଢେଙ୍କାନାଳ ଲୋକେ ଅଭିଯୋଗ କରିଥିଲେ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନ ଏପର୍ଯ୍ୟନ୍ତ ମୁହଁ ଖୋଲିଲେ ନାହିଁ। ଆଜି ଯେତେବେଳେ ସେ ନିର୍ବାଚନ ଲଢୁଛନ୍ତି ସେଠିକାର ଯେଉଁ ମାନଙ୍କର ପ୍ରାଣହାନୀ ହେଇଛି ସେମାନଙ୍କ ପରିବାର ସଦସ୍ୟଙ୍କ ପାଖକୁ ଏବେ କେନ୍ଦ୍ରମନ୍ତ୍ରୀ କେମିତି ଭୋଟ ମାଗିବା ପାଇଁ ଯିବେ ବୋଲି ସେ ପ୍ରଶ୍ନ କରିଛନ୍ତି। କେନ୍ଦ୍ରରେ ଶିକ୍ଷା ମନ୍ତ୍ରୀ ଥିଲେ ମଧ୍ୟ ଅନୁଗୁଳ ହେଉ କି ସମ୍ବଲପୁର ହେଉ ଅବା ଦେବଗଡ଼ ହେଉ କୌଣସିଠାରେ ଗୋଟିଏ ବି କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରି ପାରିଲେ ନାହିଁ। ରାଜ୍ୟ କଥା ଛାଡ଼ନ୍ତୁ ନିଜ ଗାଁରେ ଗୋଟିଏ ବି ସ୍ମାର୍ଟ କ୍ଲାସ ରୁମ କରି ପାରିଲେ ନାହିଁ।

ଓଡ଼ିଶାରେ ଯେମିତି ୫-ଟି ମାଧ୍ୟମରେ ରୂପାନ୍ତରଣ ହେଇ ସ୍ମାର୍ଟ କ୍ଲାସ ରୁମ କରାଯାଇଛି ସେଥିରୁ ଟିକେ କେନ୍ଦ୍ରମନ୍ତ୍ରୀ ଟିକେ ଶିଖନ୍ତୁ। ଆଜି ପାନୀୟ ଜଳକୁ ନେଇ ଯେଉଁ ଅଭିଯୋଗ କରିଛନ୍ତି ସେ ଜାଣି ନାହାନ୍ତି ବୋଧେ ରାଜ୍ୟର ଡ୍ରିଙ୍କ ଫ୍ରମ ଟ୍ୟାପ୍ ଯୋଜନାକୁ ରାଷ୍ଟ୍ରୀୟସ୍ତରରେ ପୁରସ୍କାର ମିଳିଛି। ଆମକୁ ଲାଗୁଛି କେନ୍ଦ୍ରମନ୍ତ୍ରୀ ବୋଧେ ଟିକେ ଇର୍ଷାନ୍ବିତ ହେଇଯାଇଛନ୍ତି ଦୁଃଖିତ ହୋଇଯାଇଛନ୍ତି ଡ୍ରିଙ୍କ ଫ୍ରମ ଟ୍ୟାପକୁ ରାଷ୍ଟ୍ରୀୟସ୍ତରରେ ପୁରସ୍କାର ମିଳିଛି । ଏପରି ଭଲ ଯୋଜନାକୁ କାହିଁକି ବାରମ୍ବାର ପୁରସ୍କାର ମିଳୁଛି। ନହେଲେ ଏହିପରି ଯୋଜନାକୁ ଯଦି ପୁରସ୍କାର ନମିଳନ୍ତା କେନ୍ଦ୍ରରେ ବୋଧେ ଯୋଜନାକୁ ବଦନାମ କରିବା ପାଇଁ ଯଥେଷ୍ଟ ସୁଯୋଗ ମିଳିଥାନ୍ତା।

ଆମର ଅନୁରୋଧ ରହିବ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିଜ ବିଫଳତାକୁ ସ୍ବୀକାର କରନ୍ତୁ । ସେ ଯେଉଁ ଦିନ ନିଜ ବିଫଳତାକୁ ସ୍ବୀକାର କରିବେ ହୁଏତ ସେହିଦିନ ସତ୍ୟତା ସମ୍ପର୍କରେ ସେ ଜାଣି ପାରିବେ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଯେଉଁଭଳି ଭାବରେ ଓଡ଼ିଶାର ରୁପାନ୍ତରିକରଣ ହେଉଛି ତାହା ଆଗକୁ ବି ଜାରି ରହିବ ବୋଲି ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe