ରାୟଗଡ଼ା: ହେଲମେଟ୍ ନ ପିନ୍ଧି ଜରିମାନା ଗଣିଲେ ରାଜ୍ୟସଭା ସାଂସଦ

Advertisment
ରାୟଗଡ଼ା: ହେଲମେଟ୍ ନ ପିନ୍ଧି ଜରିମାନା ଗଣିଲେ ରାଜ୍ୟସଭା ସାଂସଦ

ରାୟଗଡ଼ା: ହେଲମେଟ୍ ନ ପିନ୍ଧି ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ ୫୦୦ ଟଙ୍କା ଜରିମାନା ଗଣିବା ଘଟଣା ରାୟଗଡ଼ାରେ ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କ ସହ ବିଜୁ ଜନତା ଦଳର ଅନ୍ୟ ୭ଜଣ କର୍ମୀଙ୍କ ଠାରୁ ମଧ୍ୟ ପୁଲିସ ଜରିମାନା ଆଦାୟ କରିଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ ଅବସରରେ ନୂଆ ବସଷ୍ଟାଣ୍ଡରେ ଦଳୀୟ କର୍ମୀ ଓ ନେତା ମାନେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହାପରେ ଏକ ମୋଟର ସାଇକେଲ ରାଲିରେ ସେମାନେ ବଂଶୀକ୍ରିଷ୍ଣା ମଣ୍ଡପକୁ ଯାଇଥିଲେ। ସେହି ସମୟରେ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ ବିନା ହେଲମେଟରେ ଏକ ଧଳା ରଙ୍ଗର ସ୍କୁଟି ଚଳାଉଥିଲେ। ପୁଲିସ ସାଂସଦଙ୍କ ନିକଟରେ ପହଞ୍ଚି ଜରିମାନା ଆଦାୟ କରିଥିଲା।

ଜରିମାନା ଦେବା ପରେ ଏନ ଭାସ୍କର ରାଓ  କହିଛନ୍ତି ଯେ ଆଇନ ସମସ୍ତଙ୍କ ପାଇଁ ସମାନ। ଦେଶର ଆଇନକୁ ସେ ସମ୍ମାନ ଜଣାଉଛନ୍ତି ବୋଲି କହିଛନ୍ତି ରାଜ୍ୟସଭା ସାଂସଦ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe