ହାଇକୋର୍ଟରେ ବିଧାୟକଙ୍କ ପୁଅ ରାକେଶଙ୍କ ଜାମିନ ଆବେଦନ

Advertisment

ଯୁବତୀଙ୍କୁ ଦୁଷ୍କର୍ମ ଓ ପ୍ରତାରଣା ମାମଲା

ଯୁବତୀଙ୍କୁ ଦୁଷ୍କର୍ମ ଓ ପ୍ରତାରଣା ମାମଲା

ହାଇକୋର୍ଟରେ ବିଧାୟକଙ୍କ ପୁଅ ରାକେଶଙ୍କ ଜାମିନ ଆବେଦନ

କଟକ : ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିବା ସହିତ ପ୍ରତାରଣା କରିବା ଅଭିଯୋଗକୁ ନେଇ ରୁଜୁ ମାମଲାରେ ଜେଲ୍‌ରେ ଥିବା ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀଙ୍କ ପୁଅ ରାକେଶ ଜୋସ୍‌ ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି। ହାଇକୋର୍ଟରୁ ଆଗୁଆ ଜାମିନ ପାଇବାରେ ବିଫଳ ହେବା ପରେ ଫେରାର ଥିବା ରାକେଶ ରାଉରକେଲା ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିଥିଲେ। ଡିସେମ୍ବର ୨୦ରେ ରାଉରକେଲା ଅତିରିକ୍ତ ଦୌରା ଜଜ୍‌ ଜାମିନ ଆବେଦନ ଖାରଜ କରିବା ପରେ ତାଙ୍କୁ ଜେଲ ଯିବାକୁ ପଡିଥିଲା। ଅତିରିକ୍ତ ଦୌରା ଜଜ୍‌ଙ୍କ ଜାମିନ ଖାରଜ ରାୟକୁ ଚାଲେଞ୍ଜ କରି ସେ ହାଇକୋର୍ଟରେ ନିୟମିତ ଜାମିନ ଆବେଦନ ରୁଜୁ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଛତିଶଗଡର ବିଳାସପୁରସ୍ଥିତ ଏକ ବ୍ୟାଙ୍କରେ କାର୍ଯ୍ୟରତ ରାକେଶଙ୍କ ବିରୋଧରେ ରାଉରକେଲା ସେକ୍ଟର-୧୫ରେ ରହୁଥିବା ଜଣେ ଯୁବତୀ ସ୍ଥାନୀୟ ମହିଳା ଥାନାରେ ଏତଲା ଦେଇଥିଲେ। ଏତଲା ସହିତ ସିଆର୍‌ପିସିର ଧାରା ୧୬୪ରେ ଯୁବତୀ ଦେଇଥିବା ବୟାନ ଅନୁଯାୟୀ ରାକେଶ ତାଙ୍କୁ ବିବାହ ପ୍ରତିଶ୍ରତି ଦେଇ ଶାରୀରିକ ସଂପର୍କ ରଖିଥିଲେ। ରାକେଶଙ୍କର ଅନ୍ୟ ସ୍ଥାନରେ ବିବାହ ସ୍ଥିର ହୋଇଥିବା ସେ ଜାଣିବାକୁ ପାଇ ତାଙ୍କ ଘରକୁ ଯାଇ ସମସ୍ତ ଘଟଣା ସଂପର୍କରେ ରାକେଶଙ୍କ ପରିବାର ସଦସ୍ୟଙ୍କୁ ଅବଗତ କରିଥିଲେ। କିନ୍ତୁ ଏହି ବିବାହକୁ ବିରୋଧ ନ କରିବା ପାଇଁ ଯୁବତୀଙ୍କୁ ଧମକ ଦିଆ ଯାଇଥିଲା। ରାକେଶଙ୍କ ଘରୁ ନିରାଶ ହୋଇ ଫେରିବା ପରେ ଯୁବତୀ ଜଣକ ମୁହଁ ଖୋଲିଥିଲେ। ଏହାପରେ ଯୁବତୀଙ୍କ ଅଭିଯୋଗ ଆଧାରରେ ପୁଲିସ ରାକେଶଙ୍କ ବିରୋଧରେ ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe