ପରସ୍ପର ପରସ୍ପରକୁ ରାଖୀ ବାନ୍ଧି ନିଶା ମୁକ୍ତ ସମାଜ ଗଠନ କରିବାକୁ ଶପଥ ନେଲେ ଛାତ୍ରଛାତ୍ରୀ 

Advertisment
ପରସ୍ପର ପରସ୍ପରକୁ ରାଖୀ ବାନ୍ଧି ନିଶା ମୁକ୍ତ ସମାଜ ଗଠନ କରିବାକୁ ଶପଥ ନେଲେ ଛାତ୍ରଛାତ୍ରୀ 

କୋରାପୁଟ: ‘‘ତୁ ମୋ ସୁନା ଭଉଣୀ ତୁମୋ ସୁନା ଭଉଣୀ, ସବୁ  ଖୁସି ତୋ ବାଟରେ ଦେବି‌ଲ ବୁଣି, ତୁ ମାଗିଲେ ଦେବି ଚାନ୍ଦକୁ ଆଣି’’ ଏପରି ଏକକ ଗୀତ ସହ ଆଜି କୋରାପୁଟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଆରମ୍ଭ ହୋଇଥିଲା ରକ୍ଷାବନ୍ଧନରେ ନିଶାନିବାରଣ ବ୍ରତ। ସମ୍ବାଦ, ଆମ ଓଡିଶା ଓ ସମ୍ବାଦ ସାହିତ୍ୟଘରର ସହଯୋଗରେ ଏହି ନିଆରା କାର୍ଯ୍ୟକ୍ରମରେ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ, ଗୁରୁଜୀ, ଗୁରୁମା, ଅତିଥି, ସମ୍ବାଦ ସାହିତ୍ୟଘର ସଦସ୍ୟ, ଅଭିଭାବକ ଆଦି ୨୦୭ଜଣ ଭାଗ ନେଇଥିଲେ। ନିଶାମୁକ୍ତ ସମାଜ ଗଠନ କରି ସୁସ୍ଥ ଓବିକଶିତ ସମାଜ ଗଠନ କରିବାକୁ ନେଇଥିଲେ ଶପଥ। ଏପରି ମହତ ଲକ୍ଷ୍ୟକୁ  ନେଇ ସମ୍ବାଦର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଆରମ୍ଭ କରିଥିବା ଏହି ଅଭିଯାନକୁ ସମସ୍ତେ ପ୍ରଶାଂସା କରିବା ସହ ଏହାକୁ ସଂପୁର୍ଣ୍ଣ ରୁପେ ସଫଳ କରିବାକୁ ମତ ଦେଇଥିଲେ।

ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ଅଲେଖ ଚନ୍ଦ୍ର ଦୋରାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦୃଷ୍ଟିହୀନ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସାଗରିକା ମହାପାତ୍ର ଯୋଗ ଦେଇ ଛାତ୍ରଛାତ୍ରୀମାନେ ପରସ୍ପର ପରସ୍ପରର ସୁରକ୍ଷାର କବଚ ପାଲଟିବାକୁ ପରାମର୍ଶ ଦେଇଥିଲେ। କୋଲକତାରେ ଡାକ୍ତରୀଛାତ୍ରୀଙ୍କ ଗଣଦୁଷ୍କର୍ମର ସ୍ମୃତିଚାରଣ କରି କିଛି ସମୟ ପାଇଁ ଭାବବିହ୍ବଳ ହୋଇ ଅଖିରୁ ଲୁହ ଝରାଇଥିଲେ। ଆଜି ବି ମହିଳା ସୁରକ୍ଷିତ ନୁହନ୍ତି କି ବୋଲି ପ୍ରଶ୍ନ ଉଠାଇଥିଲେ। ବକ୍ତାଭାବେ ସମ୍ବାଦ ସାହିତ୍ୟଘର ସଭ୍ୟ ତଥା ଅଧ୍ୟାପକ ରବି ଶତପଥୀ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା ସଭ୍ୟ ରମେଶ ସାହୁ ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କାମାକ୍ଷୀ ପାଢ଼ୀ, ସଂପାଦକ ପ୍ରଭାତ କୁମାର ମାଝୀ, ସମ୍ବାଦର କୋରାପୁଟ ଜିଲ୍ଲାପ୍ରତିନିଧି ସୁରେଶ କୁମାର ନାଇଡୁ ଯୋଗ ଦେଇ ଦିବସର ତାତ୍ପର୍ଯ୍ୟ ସଂପର୍କରେ ସୂଚନା ଦେଇଥିଲେ। ଅତ୍ୟାଧୁନିକ ଚାକଚକ୍ୟ ଓ ଷ୍ଟାଇଲ୍ ଭାବି  ଯୁବସମାଜ ନିଶା ଆଡକୁ ମୁହାଁଉଛନ୍ତି। ଏହା ଫଳରେ ନିଜର ଲକ୍ଷ୍ୟରେ ସଫଳତା ହାସଲ କରିବାରେ ଫେଲ୍ ମାରୁଛନ୍ତି। ନିଜେ ନିଶାଶକ୍ତ ହୋଇ ସୁସ୍ଥ ଓବିକଶିତ ସମାଜ ଗଠନରେ ବାଧକ ସାଜୁଛନ୍ତି। ନିଜେ ନିଶାଶକ୍ତ ହେବା ଦ୍ବାରା ନିଜ ପରିବାରର କ୍ଷତି କରିବା ସହ ସମାଜର ବି କ୍ଷତି କରୁଛନ୍ତି ବୋଲି କହିଥିଲେ।

publive-image

ସମ୍ବାଦ ସାହିତ୍ୟଘର, ଆମଓଡିଶା ପକ୍ଷରୁ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ପୂର୍ବରୁ ଆରମ୍ଭ କରିଥିବା ଭାଷା ଆନ୍ଦୋଳନ ଆଜି ଜନଆନ୍ଦୋଳନରେ ପାଲଟିଛି। ସେହିପରି ନିଶାମୁକ୍ତ ଓନିଶାନିବାରଣ ଅଭିଯାନ ନିଶ୍ଚିତ ରୁପେ ସଫଳ ହେବ ବୋଲି ଅତିଥି ଓବକ୍ତା ମାନେ କହିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ, ଅତିଥି , ଅଭିଭାବକ ମାନେ ନିଶାନିବାରଣର ସଂକଳ୍ପ ନେବା ସହ ସୁସ୍ଥ ଓବିକଶିତ ସମାଜ ଗଠନ କରିବାକୁ ସଂକଳ୍ପ ନେଇଥିଲେ। ଛାତ୍ର ଶ୍ରୀହାନ ବେହେରାଙ୍କ ସୁଲଲିତ କଣ୍ଠରେ ଏକକ୍ ଗାନ୍ ‘ତୁମୋ ସୁନା ଭଉଣୀ’ଶୁଣିବା ପରେ ସମସ୍ତଙ୍କ ଆଖିରୁ ପାଣି ବାହାରି ଆସିଥିଲା। କାର୍ଯ୍ୟକ୍ରମକୁ ଛାତ୍ର ଶିବସୁନ୍ଦର ଦାଶ ସଂଯୋଜନା କରିଥିଲେ। ସମ୍ବାଦ ସାହିତ୍ୟଘରର ସଂପାଦକ ସୌମ୍ୟନ୍ଦ୍ର ସ୍ବାଇଁ , ପ୍ରଭାତ ମହାପାତ୍ର ପ୍ରମୁଖ ଯୋଗ ଦେଇ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe