ରାକ୍ଷୀ ପୂର୍ଣ୍ଣିମାରେ ନବୀନ ନିବାସ ଫାଙ୍କା; ମନ୍ତ୍ରୀ ଓ ବିଧାୟକଙ୍କ ଘରେ ଗହଳି

Advertisment

ରାଜ୍ୟପାଳ ବି ରାକ୍ଷୀ ବାନ୍ଧିଲେ

ରାଜ୍ୟପାଳ ବି ରାକ୍ଷୀ ବାନ୍ଧିଲେ

ରାକ୍ଷୀ ପୂର୍ଣ୍ଣିମାରେ ନବୀନ ନିବାସ ଫାଙ୍କା; ମନ୍ତ୍ରୀ ଓ ବିଧାୟକଙ୍କ ଘରେ ଗହଳି

ଭୁବନେଶ୍ବର : କରୋନା ପାଇଁ ଗତ ଦୁଇ ବର୍ଷ ହେଲା ରାକ୍ଷୀ ପୂର୍ଣ୍ଣିମା ସାମାଜିକ ଭାବେ ପାଳନ ହୋଇପାରିନଥିବା ବେଳେ ଚଳିତ ବର୍ଷ ଆଡମ୍ବର ସହକାରେ ପାଳନ ହୋଇଛି। ଗତ ଦୁଇ ବର୍ଷ ପରି ଏଥର ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେହି ରାକ୍ଷୀ ବାନ୍ଧିବାକୁ ନବୀନ ନିବାସ ନଆସିବାକୁ ଆଗୁଆ ଅନୁରୋଧ କରିଥିଲେ। ତେଣୁ ଗୁରୁବାର ଦିନ ନବୀନ ନିବାସ ପୂରା ଖାଁ ଖାଁ ଥିଲା। ଏପରିକି ବହୁ ଛାତ୍ରଛାତ୍ରୀ ଓ ‌ନବୀନ ପ୍ରେମୀ ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧି ନପାରି ନିରାଶ ହୋଇଛନ୍ତି। ହେଲେ ରାଜଭବନରୁ ଆରମ୍ଭ କରି ବିଭିନ୍ନ ମନ୍ତ୍ରୀ ଓ ବିଧାୟକଙ୍କ କ୍ବାର୍ଟର୍ସରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନଙ୍କ ଠାରୁ ଆରମ୍ଭ କରି, ସ୍କୁଲ ଛାତ୍ରଛାତ୍ରୀ ଓ ରାଜନୈତିକ ଦଳର କର୍ମୀମାନେ ସେମାନଙ୍କ ପସନ୍ଦର ନେତାଙ୍କ ଘରକୁ ଯାଇ ରାକ୍ଷୀ ବାନ୍ଧିଥିଲେ।

ଗୁରୁବାର ଦିନ ରାଜଭବନରେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ, ସ୍କୁଲର ଛାତ୍ରଛାତ୍ରୀ ଏବଂ ବିଜେପି ମହିଳା ମୋର୍ଚ୍ଚାର କର୍ମକର୍ତ୍ତାମାନେ ରାକ୍ଷୀ ବାନ୍ଧିଥିଲେ। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ହାତରେ ଏକ ବଡ଼ ରାକ୍ଷୀ ଦେଖିବାକୁ ‌ମିଳିଥିଲା। ଗୋଲାପ ଫୁଲ ସମେତ ବିଭିନ୍ନ ଫୁଲରେ ପ୍ରସ୍ତୁତ ହୋଇଥିଲା ଏହି ବଡ଼ ରାକ୍ଷୀ।

publive-image

ସେହିପରି ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ହାତରେ ପ୍ରାୟ ୫୦ରୁ ଅଧିକ ରାକ୍ଷୀ ବନ୍ଧା ହୋଇଥିବା ଦେଖିବାକୁ ମିଳିଥିଲା। ଏପରିକି ତାଙ୍କର ଗୋଟେ ହାତ ପୂରା ରାକ୍ଷୀରେ ଭର୍ତ୍ତି ହୋଇଯାଇଥିଲା। କିଛି ଛାତ୍ରଛାତ୍ରୀ ଓ ସ୍ବେଚ୍ଛାସେବୀ ପୁଲିସ କମିସନର ସୌମ୍ୟେନ୍ଦ୍ର ପ୍ରିୟଦର୍ଶୀଙ୍କ ସମେତ କର୍ତ୍ତବ୍ୟରତ ପୁଲିସ କର୍ମଚାରୀଙ୍କ ହାତରେ ରାକ୍ଷୀ ବାନ୍ଧୁଥିବା ଦେଖିବାକୁ ମିଳିଥିଲା। ବିଭିନ୍ନ ସମୟରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ଥିବା ରାଣୀ ପଣ୍ଡା ବି ଆଜି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କୁ ଭାଇ କରିବା ସହ ତାଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ। ସୁର ବି ଭାଇର ଦାୟିତ୍ବ ତୁଲାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଗୁରୁବାର ଦିନ ଭାରତୀୟ ସ୍କାଉଟ ଏବଂ ଗାଇଡ୍‌ସର ଛାତ୍ରଛାତ୍ରୀମାନେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ କରି ବାଚସ୍ପତି ବିକ୍ରମ କେଶରୀ ଆରୁଖ, ଗଣଶିକ୍ଷା ମନ୍ତ୍ରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଭୁବନେଶ୍ବରର ତିନି ବିଧାୟକ, ପୁଲିସ କମିସନରଙ୍କ ସମେତ ବହୁ ମନ୍ତ୍ରୀ ଓ ବିଧାୟକଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe