ରକ୍ଷାବନ୍ଧନ ଓ ନିଶା ନିବାରଣ କାର୍ଯ୍ୟକ୍ରମ: ରାଖୀ ବାନ୍ଧିଲି ମୋ ରଖିବ ମାନ, ନିଶାଠୁ ଦୂରେଇଲେ ବଞ୍ଚିବ ଜୀବନ

Advertisment
ରକ୍ଷାବନ୍ଧନ ଓ ନିଶା ନିବାରଣ କାର୍ଯ୍ୟକ୍ରମ: ରାଖୀ ବାନ୍ଧିଲି ମୋ ରଖିବ ମାନ, ନିଶାଠୁ ଦୂରେଇଲେ ବଞ୍ଚିବ ଜୀବନ

ମାଲକାନଗିରି: ‘ରାଖୀ ବାନ୍ଧିଲି ମୋ ରଖିବ ମାନ, ନିଶାଠୁ ଦୂରେଇଲେ ବଞ୍ଚିବ ଜୀବନ‘ ଏହା ଥିଲା ଆଜିର ରାଖୀ ବନ୍ଧନ କାର୍ଯ୍ୟକ୍ରମର ମୁଖ୍ୟ ସ୍ଲୋଗାନ। ସମ୍ବାଦ-ଆମ ଓଡିଶା ତରଫରୁ ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସ୍ଥାନୀୟ ସତ୍ୟ ନାରାୟଣ ବିଜ୍ଞାନ ଓ ଜିଏନଏମ ମହାବିଦ୍ୟାଳୟରେ ରାକ୍ଷୀ ବନ୍ଧନ ଓ ନିଶା ନିବାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ତଥା ସାହିତ୍ୟ ଘରର ସଭାପତି ଡ.ରଂଜନ କୁମାର ସ୍ବାଇଁ ଯୋଗ ଦେଇ ଆଜିର ଦିନର ମହତ୍ବ ଓ ନିଶା ନିବାରଣ ଉପରେ କଲେଜର ଛାତ୍ରଛାତ୍ରୀ ଏବଂ ଉପସ୍ଥିତ ଜନତାଙ୍କୁ ବୁଝାଇଥିଲେ।ଆଜିର ନିଜର ସମ୍ବାଦ ଓ ଆମ ଓଡିଶାର ଏହି ନିଆରା ପ୍ରୟାସକୁ କେବଳ ମାଲକାନଗିରି ନୁହେଁ ବଲଂ ସାରା ରାଜ୍ୟରେ ପ୍ରଶଂସା କରାଯାଉଛି।

କେବଳ ରାଖୀ ବାନ୍ଧି ଭାଇ ଠାରୁ କିଛି ଉପହାର ନେବା ପରଂପରା ରହିଥିଲେ ମଧ୍ୟ ତାକୁ ଆମ ଓଡ଼ିଶା ଏକ ନୂଆ ରୂପ ଦେଇଛି। ତାହା ହେଲା ଭଉଣୀ ରାଖୀ ବାନ୍ଧିବ କିନ୍ତୁ ତା ପ୍ରତିବଦଳରେ ଭାଇ ଠାରୁ ନିଶା ସେବନ ନକରିବା ପାଇଁ ଶପଥ ନେବ। ତେବେ ଏହି କାର୍ଯ୍ୟକ୍ରମରେ ପ୍ରାୟ ଦୁଇ ଶହ ସହ ମହିଳା, ଛାତ୍ରୀମାନେ ଭାଇମାନଙ୍କୁ ରାକ୍ଷୀ ବାନ୍ଧିଥିଲେ ଓ ଶପଥ ନେଇଥିଲେ ଯେ କେବେ ଜୀବନରେ ନିଶା ସେବନ କରିବେ ନାହିଁ। ଯେଉଁମାନେ ନିଶା ସେବନ କରୁଥିଲେ ସେମାନେ ମଧ୍ୟ ଆଗାମୀ ଦିନରେ ଏହାକୁ ତ୍ୟାଗ କରିବେ ବୋଲି ପ୍ରତିଜ୍ଞା କରିଥିଲେ। ଭାଇମାନେ ମଧ୍ୟ ଭଉଣୀର ଏହି ଇଛାକୁ ପୂରଣ କରିବେ ବୋଲି କହିଥିଲେ।

publive-image

ସମ୍ବାଦ ଓ ଆମ ଓଡିଶାର ଏହି ନିଶା ନିବାରଣ କାର୍ଯ୍ୟକ୍ରମ ଆଗକୁ ଆନ୍ଦୋଳନର ରୂପ ନେବ ବୋଲି ସମସ୍ତ ଅତିଥିମାନେ ମତବ୍ୟକ୍ତ କରିଥିଲେ, ଯାହା ପାଇଁ ସରକାର ରାଜ୍ୟରେ ନିଶା କାରବାରକୁ ବନ୍ଦ କରିବାକୁ ବାଧ୍ୟ ହେବେ ବୋଲି କୁହାଯାଇଥିାଲ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସତ୍ୟ ନାରାୟଣ ଆବାସିକ ମହାବିଦ୍ୟାଳୟର ନିର୍ଦେଶକ ସଂଜୟ ପାଣିଗ୍ରାହୀ, ଯୁକ୍ତ ୩ର ଅଧ୍ୟକ୍ଷ ରାମକୃପା ନାୟକ, ଉପାଧ୍ୟକ୍ଷ ସୁମ୍ରିନ ସୁମନ କାର୍ତ୍ତିକ, ଦିନେଶ ମହାପାତ୍ର, ଗୌରବ ସରକାର, ଜୟନ୍ତୀ ଗୌଡ଼, ଏ ସ୍ବାତୀ, ସରିତା ପାଣିଗ୍ରାହୀ, ସୀମା ବାଚର, ନେହା ରାୟ, ଶୁଭସ୍ମିତା ଗୋପେ, ଗୁପ୍ତେଶ୍ବର ମହାପାତ୍ର ସମେତ ସମସ୍ତ ଯୁକ୍ତ ଦୁଇ ଓ ଯୁକ୍ତ ତିନିର ସହକର୍ମୀ ଏବଂ ସମସ୍ତ ନର୍ସିଂ କର୍ମଚାରୀ ଏଥିରେ ସହଯୋଗ କରିଥିଲେ। ଆମ ଓଡ଼ିଶାର ସଂଯୋଜକ ତଥା ଜିଲ୍ଲା ପ୍ରତିନିଧି ପ୍ରମେନ୍ଦ୍ର ପରିଛା ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ଏହି ଖବର ପଢ଼ନ୍ତୁ: ସୌମ୍ୟରଂଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ‘ନିଶା ନିବାରଣ ଅଭିଯାନ’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe