ରାମଲିଙ୍ଗମ ପୋଖରୀ ସୌନ୍ଦର୍ଯ୍ୟୀକରଣ କାମ ସମୀକ୍ଷା କଲେ ଜିଲ୍ଲାପାଳ

Advertisment

ଖୁବ୍‌ଶୀଘ୍ର ଲୋକାର୍ପଣ, ଝଲସିବ ସହର

ଖୁବ୍‌ଶୀଘ୍ର ଲୋକାର୍ପଣ, ଝଲସିବ ସହର

ରାମଲିଙ୍ଗମ ପୋଖରୀ ସୌନ୍ଦର୍ଯ୍ୟୀକରଣ କାମ ସମୀକ୍ଷା କଲେ ଜିଲ୍ଲାପାଳ

ବ୍ରହ୍ମପୁର: ସହରର ମଧୢସ୍ଥଳରେ ଥିବା ରାମଲିଙ୍ଗମ ପୋଖରୀର ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ବହୁ ବିଳମ୍ବ ହୋଇଥିଲେ ସୁଦ୍ଧା ଏହାର ଅଗ୍ରଗତି ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ତଥା ନିଗମ ପ୍ରଶାସକ ବିଜୟ ଅମୃତା କୁଲାଙ୍ଗେ। ପ୍ରକଳ୍ପ କାର୍ଯ୍ୟ ପ୍ରାୟ ଶେଷ ହୋଇ ଆସିଥିବା ବେଳେ ଅଳ୍ପକିଛି କାମ ବାକି ରହିଛି। ବାକି ରହିଥିବା କାମ ଉପରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରି ଚଳିତମାସ ଶେଷ ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ଜିିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ପୋଖରୀର ଉତ୍ତର ଓ ଦକ୍ଷିଣ ପାର୍ଶ୍ବରେ ପରିବେଶ ସୁରକ୍ଷା ନେଇ ବୃକ୍ଷରୋପଣ ଉପରେ ଗୁରୁତ୍ବାରୋପ କରିବା ସହ ଚାରିପଟେ ତିଆରି ହୋଇଥିବା ବ୍ୟାରିକେଡ଼କୁ ଆଉ ଟିକିଏ ଉଚ୍ଚ କରି ସେଥିରେ ତାରଜାଲି ବିଛାଇବାକୁ ପରାମର୍ଶ ଦେଇଥିଲେ। ଏହାଦ୍ବାରା ପୋଖରୀ ଭିତରକୁ କେହି ମଇଳା ଫୋପାଡ଼ି ପାରିବେ ନାହିଁ, ସେହି ଦୃଷ୍ଟିରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ସୂଚନା ଦେଇଥିଲେ। ଏହାଛଡ଼ା ଆବର୍ଜନା ଭରି ରହିଥିବା ପୋଖରୀ ପାଣିକୁ ତୁରନ୍ତ ସଫା କରିବା, ରଙ୍ଗବେରଙ୍ଗର ଆଲୋକର ବ୍ୟବସ୍ଥା କାର୍ଯ୍ୟକୁ ନିର୍ଦ୍ଧାରିତ ସମୟସୀମା ମଧୢରେ ସମାପନ କରିବା ସାଙ୍ଗକୁ ପୋଖରୀ ମଧୢସ୍ଥଳରେ ନିର୍ମାଣାଧୀନ ୩୦ଫୁଟ ଉଚ୍ଚତାର ଶିବଲିଙ୍ଗର ସମସ୍ତ ଅବୟବ ସ୍ଥାପନ କରାଯାଇଥିଲେ ସୁଦ୍ଧା କେବଳ ଅନ୍ତିମ ପର୍ଯ୍ୟାୟ କାର୍ଯ୍ୟ ବାକି ରହିଛି। ତାହାକୁ କିପରି ସମାପନ କରାଯିବ ସେ ନେଇ ଅଧିକାରୀମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଯଦିଓ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ସମୟ କହିନଥିବା ବେଳେ ଅତିଶୀଘ୍ର ଏହା ଲୋକଙ୍କ ସେବାରେ ଲାଗିବ ବୋଲି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe