ଏସିଆ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ରାମଚନ୍ଦ୍ର

Advertisment
ଏସିଆ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ରାମଚନ୍ଦ୍ର

ପୀରହାଟ: ତିହିଡି ବ୍ଲକ ସାହାପୁର ପଞ୍ଚାୟତ ଗୋପାଳ ଦୋହରା ଗ୍ରାମର ରାମଚନ୍ଦ୍ର ମହାକୁଡ ଏକ କ୍ଷୁଦ୍ର ମୋନାଲିସା ଚିତ୍ର ଅଙ୍କନ କରି  ‘ଏସିଆ ବୁକ ଅଫ୍‌ ରେକର୍ଡ’ରେ ସ୍ଥାନ ପାଇ ମେଡାଲ ଅର୍ଜନ କରିଛନ୍ତି। ଏଇ କିଛିଦିନ ତଳେ କ୍ଷୁଦ୍ର ଚିତ୍ରଶିଳ୍ପୀ ଭାବେ ଇଣ୍ଡିଆ ବୁକ ଅଫ୍‌ ରେକର୍ଡରେ କୃତିତ୍ୱ ଅର୍ଜ୍ଜନ କରିଥିଲେ। ଏବେ ସଫଳତାର ଆଉ ଏକ ପାହାଚ ଅତିକ୍ରମ କରିଛନ୍ତି ରାମଚନ୍ଦ୍ର। ସେ ଛୋଟ ଥିଲାବେଳେ ବାପା ତାଙ୍କ ପରିବାରକୁ ପରକରି ଚାଲିଗଲେ ଆରପାରିକୁ । ପିଲାବେଳୁ ପାଠପଢା ବୋଝ ସହିତ ଲଦି ହୋଇଗଲା ପରିବାର ପ୍ରତିପୋଷଣର ଦାୟିତ୍ୱ।

ଦୁଃଖେ କଷ୍ଟେ ଗ୍ରାଜୁଏସନ ପରେ ଏବେ ଏକ ଘରୋଇ ସଂସ୍ଥାରେ କାମ କରିବା ସହିତ ଚିତ୍ର ଆଙ୍କିବାରେ ନିଜକୁ ନିୟୋଜିତ କରିଛନ୍ତି। ଏହି ଚିତ୍ର ଆଙ୍କିବାର ନିଶା ତାଙ୍କୁ ଆଜି ଏହି ସ୍ଥାନରେ ପହଞ୍ଚାଇଛି। ଆଗାମୀ ଦିନରେ ସେ ଆହୁରି ଅଧିକ ସଫଳ ହେବା ପାଇଁ ପ୍ରସ୍ତୁତ ହେଉଥିବା ସୂଚନା ଦେଇଛନ୍ତି। ପ୍ରଦେଶ ସେବା ସଂଗଠନ, ସାଙ୍ଗସାଥୀ ବନ୍ଧୁବାନ୍ଧବ, ରାଜନେତାମାନେ ତାଙ୍କ ଗ୍ରାମରେ ପହଞ୍ଚି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe