ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଲେ ରାମଚନ୍ଦ୍ର

Advertisment
ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଲେ ରାମଚନ୍ଦ୍ର

ପୀରହାଟ: ତିହିଡି ବ୍ଲକ ଅନ୍ତର୍ଗତ ସାହାପୁର ପଞ୍ଚାୟତ ଗୋପାଳ ଦୋହରା ଗ୍ରାମର ରାମଚନ୍ଦ୍ର ମହାକୁଡ ଏକ କ୍ଷୁଦ୍ର ମୋନାଲିସା ଚିତ୍ର ଅଙ୍କନ କରି ‘ଇଣ୍ଡିଆ ବୁକ ଅଫ୍‌ ରେକର୍ଡ’ରେ ସ୍ଥାନ ପାଇ ମେଡାଲ ଅର୍ଜନ କରିଛନ୍ତି।

ସେ ଛୋଟ ଥିଲାବେଳେ ବାପା ତାଙ୍କ ପରିବାରକୁ ପରକରି ଚାଲିଗଲେ ଆରପରିକୁ। ସେହି ପିଲାବେଳୁ ତାଙ୍କ କାନ୍ଧରେ ପାଠପଢା ବସ୍ତାନୀର ବୋଝ ସହିତ ଲଦି ହୋଇଗଲା ପରିବାର ପ୍ରତିପୋଷଣର ଦାୟିତ୍ୱ। ଦୁଃଖେ କଷ୍ଟେ ଗ୍ରାଜୁଏସନ ପରେ ଏବେ ଏକ ଘରୋଇ ସଂସ୍ଥାରେ କାମ କରିବା ସହିତ ଚିତ୍ର ଆଙ୍କିବାରେ ନିଜକୁ ନିୟୋଜିତ କରିଛନ୍ତି। ଏହି ଚିତ୍ର ଆଙ୍କିବାର ନିଶା ତାଙ୍କୁ ଆଜି ଏହି ସଫଳତାର ସ୍ୱାଦ ଚଖେଇଛି। ପ୍ରଦେଶ ସେବା ସଂଗଠନ, ସାଙ୍ଗ ସାଥୀ, ବନ୍ଧୁବାନ୍ଧବ, ରାଜନେତାମାନେ ତାଙ୍କ ଗ୍ରାମରେ ପହଞ୍ଚି ରାମଚନ୍ଦ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe