ଦଶରଥପୁର : ଦଶରଥପୁର ବ୍ଲକ ସାଧୁ ଗୌଡ଼େଶ୍ୱର ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ସମ୍ବାଦ ସାହିତ୍ୟ ଘରର ଉପଦେଷ୍ଟା ଗାଳ୍ପିକ ଡ. ରମେଶ ଚନ୍ଦ୍ର ବିଶ୍ୱାଳ(୬୫)ଙ୍କର ଆଜି ଅପରାହ୍ଣ ୪.୩୦ରେ କଟକର ଏକ ହସ୍ପିଟାଲରେ ପରଲୋକ ହୋଇଛି। ସେ କିଛିଦିନ ହେବ ଅସୁସ୍ଥ ଥିଲେ। ସେ ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ କାର୍ଯ୍ୟ କରିବା ପରେ ୨୦୧୪ରେ ସାଧୁଗୌଡ଼େଶ୍ୱର ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ଅବସର ନେଇଥିଲେ। ତାଙ୍କ ସାରସ୍ବତ କୃତି ମଧ୍ୟରେ ରହିଛି- ସୁଖର ସହର, ଅସ୍ଥିର ପାଦ, ଆକାଶପରି ଜୀବନ, ଅନନ୍ୟ ସଂଗୀତ, ଏଇଠି ଜୀବନ, ଇନ୍ଦ୍ରଧନୁର ମୁହଁ, ମହକିତ ପୁଲକ, ଅପ୍ରକାଶ୍ୟ ଦୁଃଖର ଖଣ୍ଡଚିତ୍ର, କ୍ରମଶଃ ଆଲୋକ ଆଦି କବିତା ଓ ଗଳ୍ପ ସଂକଳନ। ଅବସର ପରେ ଦଶରଥପୁର ସମ୍ବାଦ ସାହିତ୍ୟ ଘର ଉପଦେଷ୍ଟା ଭାବେ କାର୍ଯ୍ୟ କରୁଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us