ରମେଶ ଜେନା ହେଲେ ଗଞ୍ଜାମ ଜିଲ୍ଲା କ˚ଗ୍ରେସ ସଭାପତି

Advertisment
ବ୍ରହ୍ମପୁରରେ ଜିଲ୍ଲା କାର୍ଯ୍ୟାଳୟ: ଜିଲ୍ଲା ସଭାପତିଙ୍କୁ ବ୍ରହ୍ମପୁର ମନା, ଗଞ୍ଜାମ କଂଗ୍ରେସ ପାଇଁ ସଂଜୀବନୀ ସାଜିବ କିଏ?

ବ୍ରହ୍ମପୁର : କ˚ଗ୍ରେସର ଯୁବନେତା ତଥା ସାନଖେମୁଣ୍ତି ବିଧାୟକ ରମେଶ ଚନ୍ଦ୍ର ଜେନା ଗଞ୍ଜାମ ଜିଲ୍ଲା କ˚ଗ୍ରେସର ସଭାପତି ହୋଇଛନ୍ତି। ରମେଶଙ୍କୁ ଜିଲ୍ଲା ସଭାପତି ଦାୟିତ୍ବ ମିଳିବା କର୍ମୀଙ୍କୁ ମହଲରେ ଖୁସୀର ଲହରି ଖେଳିଯାଇଛି।

ଏହା ଘୋଷଣା ପରେ ବିଧାୟକ ଶ୍ରୀ ଜେନା ପ୍ରତିକ୍ରିୟା ରଖି ‘ସମ୍ବାଦ’କୁ କହିଛନ୍ତି ଯେ, ମୋତେ ଜିଲ୍ଲା ସଭାପତି କରିବା ଲାଗି ଦଳର ସବୁ କର୍ମୀମାନେ ଚାହୁଁଥିଲେ। ଜିଲ୍ଲାରେ ଦଳ ସ୍ଥିତି ଯାହା ଥିଲା ସେଥିରେ ନିଶ୍ଚିତ ପରିବର୍ତ୍ତନ ଆସିବ ବୋଲି ମୋର ବିଶ୍ବାସ ରହିଛି। ମୁଁ ସମସ୍ତଙ୍କୁ ସାଥିରେ ନେଇ କାମ କରିବି। ଲୋକଙ୍କ ପାଖକୁ ଯିବି ବୋଲି ସେ କହିଛନ୍ତି।

publive-image

ଆଗକୁ ପଞ୍ଚାୟତ, ଏନ୍‌ଏସ୍‌ସି ଓ ପୌରସ˚ସ୍ଥା ନିର୍ବାଚନ ରହିଛି। ଏହାକୁ କିଭିଳି ସମ୍ନା କରିବେ ପ୍ରଶ୍ନରେ ସେ କହିଛନ୍ତି ଯେ, ଲୋକଙ୍କ ମଧ୍ୟରେ ପୂର୍ବ ଭଳି ଆଜି ବି କ˚ଗ୍ରେସ ପ୍ରତି ଶ୍ରଦ୍ଧା ଓ ଆଗ୍ରହ ରହିଛି। ଲୋକମାନେ ଦୃଢ ନେତୃତ୍ବ ଚାହୁଁଥିଲେ। ପୂର୍ବ ତୁଳନାରେ ନିଶ୍ଚିତ ପରିବର୍ତ୍ତନ ଆସିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe