Rampur Sub Area Manager caught by CBI while taking bribe of Rs. 20,000 Photograph: (sambad.in)
ବ୍ରଜରାଜନଗର: ମହାନଦୀ କୋଲ କମ୍ପାନି ଅନ୍ତର୍ଗତ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରରେ ଥିବା ଓରିଏଣ୍ଟ କୋଇଲା କ୍ଷେତ୍ର ରାମପୁର ସବଏରିଆ ମ୍ୟାନେଜର ଅସିତ କୁମାର ନିଜ କାର୍ଯ୍ୟଳୟରେ ଲାଞ୍ଚ ନେବା ସମୟରେ ସିବିଆଇ ହାତରେ ଧରା ପଡିଛନ୍ତି । ତାଙ୍କ ବିରୁଦ୍ଧରେ କୋଡିଏ ହଜାର ଟଙ୍କା ଲାଞ୍ଚ ନେବାର ଅଭିଯୋଗ ହୋଇଛି ।
ଘଟଣା ବୁଧବାର ସନ୍ଧ୍ୟା ୬ଟାରେ ଘଟିଛି। ରାମପୁର ଡିସପେନସନରୀ ରେ କାର୍ଯ୍ୟକରି ନିଲମ୍ବିତ ହୋଇଥିବା ଥିବା ୱାର୍ଡ ବୟ ରମେଶ ସୋରେନଙ୍କର ନିଲମ୍ବନ ଆଦେଶ ଉଠାଇ ରେଗୁଲାର କରିବାକୁ ସେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ଲାଞ୍ଚ ଜଣେ ଠିକାଦାର ବାବୁରାମ ମାଧ୍ୟମରେ ନେଉଥିବା ସମୟରେ ସିବିଆଇ ଧରିଥିଲା।
ରମେଶ ସୋରେନ ରାମପୁର ଡ଼ିସ୍ପେପେନସେରିରେ ୱାର୍ଡ ବୟ ଭାବେ କାର୍ଯ୍ୟରତ। କୌଣସି କାରଣରୁ କିଛି ମାସ ତଳେ ତାଙ୍କୁ ନିଲମ୍ବନ କରାଯାଇଥିଲା। ନିଲମ୍ବନ ଆଦେଶ ଉଠାଇବା ପାଇଁ ରମେଶ ଠିକାଦାର ବାବୁ ରାମ ଓରଫ ବିଟୁକୁ କହିଥିଲେ। ଏନେଇ ବିଟୁ ଅସିତ କୁମାର ସହିତ ଯୋଗାଯୋଗ କରିବାରୁ ଏଥିପାଇଁ ସେ ୩୦ ହଜାର ଟଙ୍କା ଦାବି କରିଥିଲେ।
ବିଟୁ ପ୍ରଥମେ ୨୦ ହଜାର ଟଙ୍କା ଓ ନିଲମ୍ବନ ଆଦେଶ ପ୍ରତ୍ୟାହାର ପରେ ଅବଶିଷ୍ଠ ୧୦ ହଜାର ଟଙ୍କା ଦେବ ବୋଲି କହିବାରୁ ଏଥିରେ ସେ ରାଜି ହୋଇଥିଲେ। ବିଟୁ ଏନେଇ ସିବିଆଇ ଅଧିକାରୀଙ୍କ ସହିତ ଯୋଗାଯୋଗ କରି ଥିଲେ। ସେମାନଙ୍କ ଯୋଜନା ଅନୁସାରେ ବୁଧବାର ସନ୍ଧ୍ୟାରେ ୨୦ ହଜାର ଟଙ୍କା ଦେବା ନେଇ କଥାବାର୍ତ୍ତା ହୋଇଥିଲା। ସେମାନେ ଏସମ୍ପର୍କରେ ରାଉରକେଲା ସିବିଆଇ ଅଧିକାରୀ ବ୍ରଜରାଜନଗର ପହଞ୍ଚି ଯୋଜନା ମୁତାବକ ତାଙ୍କ ଅଫିସ ବାହାରେ ଥିଲେ। ଟଙ୍କା ଦେବା ସମୟରେ ସେମାନେ ତାଙ୍କୁ ଧରିନେଇଥିଲେ। ସେମାନେ ଅଭିଯୁକ୍ତଙ୍କୁ ଧରି ବ୍ରଜରାଜନଗରରୁ ଫେରିଯାଇଛନ୍ତି।
Jharsuguda | Crime | cbi raid
Follow Us