ସାମ୍ଭାବ୍ୟ ବାତ୍ୟା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ପ୍ରସ୍ତୁତ, ଭିଡିଓ ଜାରି କରି ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ଜିଲ୍ଲାପାଳ

Advertisment
ଆସନ୍ତା ୨ ଦିନ ବିଜୁଳି, ଘଡ଼ଘଡ଼ି ସହ ବର୍ଷା

India Today

ପାରଳାଖେମୁଣ୍ଡି: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତାକାଲି ଠାରୁ ବର୍ଷା ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଗଜପତି ଜିଲ୍ଲାରେ ଭୀଷଣ ବର୍ଷା ହୋଇପାରେ। ସମ୍ଭାବିତ ବର୍ଷା ଓ ବନ୍ୟା ନେଇ ରାଜ୍ୟ ସରକାର ତଥା ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି।

ଏ ସଂପର୍କରେ ଗଜପତି ଜିଲ୍ଲାପାଳ ଅନୁପମ ସାହ ଭିଡିଓ ଜାରି କରି ଜିଲ୍ଲାବାସୀଙ୍କୁ ସତର୍କ ସୂଚନା ଜାରି କରିଛନ୍ତି। ସେ କହିଛନ୍ତି ଯେଉଁମାନେ ପାହାଡ ଉପରେ ବିପଦ ସଂକୁଳ ସ୍ଥାନ କିମ୍ବା ନଦୀ କୁଳିଆ ବନ୍ୟା ସମ୍ଭାବିତ କ୍ଷେତ୍ରରେ ରହୁଛନ୍ତି, ସେମାନେ ଦୟାପୂର୍ବକ ଅଧିକ ସତର୍କତା ଅବଲମ୍ବନ କରନ୍ତୁ ଏବଂ ଉଚିତ ସମୟରେ ନିରାପଦ ସ୍ଥାନ ତଥା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ, ସ୍କୁଲ କିମ୍ବା ଅଙ୍ଗନବାଡି କେନ୍ଦ୍ରକୁ ଯାଆନ୍ତୁ।

୨୧ ତାରିଖ ଯାଏଁ ସମସ୍ତ ଜିଲ୍ଲାବାସୀଙ୍କୁ ସତର୍କତା ଅବଲମ୍ବନ କରିବାକୁ ଜିଲ୍ଲାପାଳ ଶ୍ରୀ ସାହ ଅନୁରୋଧ କରିଛନ୍ତି। ଏଥି ସହିତ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ସୁବିଧା କରାଯାଇଛି। ବିଭିନ୍ନ ଅଞ୍ଚଳରେ ବାତ୍ୟା ଆଶ୍ରୟ ସ୍ଥଳୀ ଖୋଲା ରହିଥିବା ବେଳେ ସମସ୍ତ ସେଠାରେ ରହିବା ଏବଂ ଖାଦ୍ୟର ବ୍ୟବସ୍ଥା କରାଯାଇଛି। କୌଣସି ଲୋକ ବ୍ୟସ୍ତ ନହେବା ଏବଂ ସତର୍କ ରହିବା ପାଇଁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe