ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା: ଓଡ଼ିଆ ବାୟୁସେନା ଅଧିକାରୀଙ୍କ ମୃତ୍ୟୁ

Advertisment
ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା: ଓଡ଼ିଆ ବାୟୁସେନା ଅଧିକାରୀଙ୍କ ମୃତ୍ୟୁ

ଅନୁଗୁଳ: ଗତକାଲି ତାମିଲନାଡୁର କୁନୁରରେ ଘଟିଥିବା ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କ ସମେତ ୧୩ ଜଣ ଭାରତୀୟ ବାୟୁସେନା  ଅଧିକାରୀ ପ୍ରାଣ ହରାଇଥିଲେ। ଏମାନଙ୍କ ମଧ୍ୟରେ ଓଡ଼ିଶାର ଜଣେ ବାୟୁସେନା ଅଧିକାରୀ ଥିବା ଜଣାଯାଇଛି। ତାଙ୍କ ନାମ ରାଣାପ୍ରତାପ ଦାସ। ଅନୁଗୁଳ ଜିଲ୍ଲାର ତାଳଚେରର କୁଣ୍ଡାଲା ପଞ୍ଚାୟତ ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ଗାଁରେ ତାଙ୍କର ଘର। ଶ୍ରୀବତ୍ସ ଦାସଙ୍କ ପୁଅ ରାଣାପ୍ରତାପ ଦାସ ଗତ ୧୨ ବର୍ଷ ଧରି ଦେଶ ସେବା କରିଆସୁଥିଲେ। ସେ ଜୁନିୟର ୱାରେଣ୍ଟ ଅଫିସର ଥିଲେ।

publive-image

ବୁଧବାର ଏକ ଦୁର୍ଭାଗ୍ୟପୂର୍ଣ୍ଣ ହେଲିକପ୍‌ଟର ଦୁର୍ଘଟଣାରେ ଦେଶ ଏହାର ଅନ୍ୟତମ ସର୍ବୋଚ୍ଚ ସେନା ଅଧିକାରୀ ଜେନେରାଲ ବିପିନ ରାୱତଙ୍କୁ ହରାଇଛି। ତାମିଲନାଡ଼ୁର ନୀଳଗିରି ଜିଲ୍ଲାରେ ହୋଇଥିବା ଏହି ଦୁର୍ଘଟଣାରେ ଜେନେରାଲ ରାୱତଙ୍କ ସମେତ ତାଙ୍କ ପତ୍ନୀ ଏବଂ ଅନ୍ୟ ୧୧ ଜଣ ସାମରିକ ଅଧିକାରୀ ଓ ଯବାନ ମଧ୍ୟ ପ୍ରାଣ ହରାଇଛନ୍ତି। ବୁଧବାର ମଧ୍ୟାହ୍ନରେ ଏହି ଦୁଃଖଦ ଖବର ପ୍ରସାରିତ ହେବାପରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ତିନି ସେନା ପକ୍ଷରୁ ଶୋକ ପ୍ରକାଶ କରାଯାଇଛି।

ବାୟୁସେନାର ସବୁଠ‌ାରୁ ଦକ୍ଷ ଓ ସୁରକ୍ଷିତ ଭାବେ ପରିଚିତ ଏମ୍‌ଆଇ୧୭-ଭି୫ ହେଲିକପ୍‌ଟର ମୋଟ୍ ୧୪ ଜଣଙ୍କୁ ନେଇ ଗତକାଲି ଦିନ ୧୧ଟା ୪୫ ମିନିଟରେ କୋଏମ୍ବାଟୁରର ସୁଲୁର୍‌ ବାୟୁସେନା ଘାଟିରୁ ଉଡ଼ାଣ ଆରମ୍ଭ କରିଥିଲା। ଏହା ୧୨ଟା ୩୦ ମିନିଟରେ ୱେଲିଂଟନ ପ୍ରତିରକ୍ଷା ପ୍ରତିଷ୍ଠାନରେ ଅବତରଣ କରିବାର ଥିଲା। ମାତ୍ର ଅବତରଣ କରିବାର ୧୦ ମିନିଟ ପୂର୍ବରୁ ଉଟିର ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ ହେଲିକପଟର ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଥିଲା। ହେଲିକପଟର ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ବିକ୍ଷିପ୍ତ ହୋଇ ପଡ଼ିଥିବା ବେଳେ ଚାରିଆଡ଼େ ନିଆଁ ଲାଗି ଯାଇଥିଲା। ସ୍ଥାନୀୟ ଲୋକେ ଏହା ଦେଖି ନିକଟବର୍ତୀ ପୋଲିସ ଥାନା ଏବଂ ଦମକଳ
କେନ୍ଦ୍ରକୁ ଖବର ଦେଇଥିଲେ। ସେମାନେ ଲୋକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ମଧ୍ୟ କରିଥିଲେ। କିନ୍ତୁ ଦୁର୍ଘଟଣାସ୍ଥଳରେ ନିଆଁ ଏଭଳି ଭୟଙ୍କର ଭାବେ ବ୍ୟାପିଥିଲା ଯେ ସେମାନଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇନଥିଲା। ଦମକଳ ବାହିନୀ ଓ ସୁରକ୍ଷା କର୍ମଚାରୀ ପହଂଚି ନିଆଁ ଲିଭାଇବା ସହିତ ଗୁରୁତରଙ୍କୁ ଉଦ୍ଧାର କରିଥିଲେ। ସେନାବାହିନୀ ପକ୍ଷରୁ ସ୍ଥାନୀୟ ପୁଲିସ, ଅଗ୍ନିଶମ ବାହିନୀ ଏବଂ ଜନସାଧାରଣଙ୍କ ସହଯୋଗରେ ମୃତଦେହଗୁଡ଼ିକୁ ଉଦ୍ଧାର କରାଯାଇଛି ଏବଂ ଡିଏନ୍‌ଏ ପରୀକ୍ଷା ଦ୍ବାରା କେତେକ ଜଳିଯାଇଥିବା ଶବ ଚିହ୍ନଟ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe