ନୂଆଦିଲ୍ଲୀରେ ରଣେନ୍ଦ୍ର-ପାଶଓ୍ଵାନ ଆଲୋଚନା : ଧାନ ସଂଗ୍ରହର ବକେୟା ସବ୍‌ସିଡି ତୁରନ୍ତ ପ୍ରଦାନ ଦାବି

Advertisment

ଏଫସିଆଇରୁ ଠିକ୍ ସମୟରେ ଧାନ ଉଠାଣ ଓ ପିଆଜ ପ୍ରସଙ୍ଗ ବି ଉଠିଲା

ଏଫସିଆଇରୁ ଠିକ୍ ସମୟରେ ଧାନ ଉଠାଣ ଓ ପିଆଜ ପ୍ରସଙ୍ଗ ବି ଉଠିଲା

ନୂଆଦିଲ୍ଲୀରେ ରଣେନ୍ଦ୍ର-ପାଶଓ୍ଵାନ ଆଲୋଚନା : ଧାନ ସଂଗ୍ରହର ବକେୟା ସବ୍‌ସିଡି ତୁରନ୍ତ ପ୍ରଦାନ ଦାବି

ଭୁବନେଶ୍ବର : ରାଜ୍ୟକୁ ଧାନ ସଂଗ୍ରହ ବାବଦରେ ବକେୟା ସବ୍‌ସିଡି ଅର୍ଥ ତୁରନ୍ତ ପ୍ରଦାନ ନିମନ୍ତେ ଆଜି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ରାମବିଳାସ ପାଶୱାନ୍‌ଙ୍କୁ ସଂସଦରେ ଥିବା ତାଙ୍କ କାର୍ଯ୍ୟାଳୟରେ େଭଟି ଦାବି ଜଣାଇଛନ୍ତି। ଏଥିସହିତ ଏକ ପତ୍ର ପ୍ରଦାନ କରିଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ବାରା ଧାନସଂଗ୍ରହର ସବ୍‌ସିଡି ଅର୍ଥ ବକେୟା ବାବଦକୁ ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ପ୍ରମୁଖ ଧାନ ସଂଗ୍ରହକାରୀ ସଂସ୍ଥା ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ୨୦୬୬ କୋଟି ଟଙ୍କା ପାଇବାକୁ ଅଛି। ୨୦୧୯ ବର୍ଷରେ ଡିସେମ୍ବର ୩୧ ତିନିମାସ ପାଇଁ ଅଗ୍ରୀମ ସବ୍‌ସିଡି ବାବଦରେ ରାଜ୍ୟ ୧୩୪୦ କୋଟି ଟଙ୍କା ପାଇବ। ରାଜ୍ୟ ସରକାର ଅର୍ଥର ବିନିଯୋଗ ପ୍ରମାଣପତ୍ର ନିୟମିତ ଦାଖଲ କରୁଥିଲେ ସୁଦ୍ଧା କେନ୍ଦ୍ର ସରକାରଙ୍କ ତରଫରୁ ଅର୍ଥ ପ୍ରଦାନରେ ବିଳମ୍ବ ଯୋଗୁଁ ଯୋଗାଣ ନିଗମର ବ୍ୟାଙ୍କ ଋଣ ଓ ସୁଧ ବୋଝ ବଢ଼ିଚାଲିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସୁଧ ବାବଦ ଅର୍ଥକୁ ମଧ୍ୟ କେନ୍ଦ୍ର ସରକାର ଭରଣା କରିବା ପାଇଁ ମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ମନ୍ତ୍ରୀ ଶ୍ରୀ ସ୍ବାଇଁ ଦର୍ଶାଇଛନ୍ତି, ଭାରତ ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ସହିତ ରାଜ୍ୟ ସରକାରଙ୍କ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ୨୦୧୫ ଅକ୍ଟୋବର ୩ ତାରିଖରେ ହୋଇଥିବା ବୁଝାମଣା ଅନୁଯାୟୀ ଧାନ ସଂଗ୍ରହ କରୁଥିବା ସଂସ୍ଥା ଧାନ ସଂଗ୍ରହ ବାବଦକୁ କୌଣସି ଆର୍ଥିକ ବୋଝ ନେବାକୁ ପଡ଼ିବ ନାହିଁ। ଧାନ ସଂଗ୍ରହ ପାଇଁ ଯେଉଁ ଅର୍ଥ ବ୍ୟୟ ହେବ, ତାହା ଆଗୁଆ ହିସାବ କରାଯାଇ ପ୍ରତି ୩ ମାସର ପ୍ରଥମ ମାସରେ ୯୦ ପ୍ରତିଶତ ଅର୍ଥ ସବ୍‌ସିଡି ଆକାରରେ କେନ୍ଦ୍ର ସରକାର ପ୍ରଦାନ କରିବେ। ପରବର୍ତ୍ତୀ ସମୟରେ ଅଗ୍ରିମ ଅର୍ଥକୁ ବାଦ ଦିଆଯାଇ ପ୍ରୋଭିଜନାଲ୍‌ ସବ୍‌ସିଡି ଧାନ ସଂଗ୍ରହକାରୀ ସଂସ୍ଥାକୁ ପ୍ରଦାନ କରାଯିବ।

ହେଲେ କେନ୍ଦ୍ର ସରକାରଙ୍କ ଦ୍ବାରା ସବ୍‌ସିଡି ଅର୍ଥ ପ୍ରଦାନରେ ଅହେତୁକ ବିଳମ୍ବ ଯୋଗୁଁ ଧାନ ସଂଗ୍ରହକାରୀ ସଂସ୍ଥା ଘୋର ଆର୍ଥିକ ସଂକଟର ସମ୍ମୁଖୀନ ହେଉଛନ୍ତି େବାଲି ଓଡ଼ିଶା ଅଭିଯୋଗ କରିଛନ୍ତି। ମନ୍ତ୍ରୀ ଦର୍ଶାଇଛନ୍ତି, ଏହି ପରିପ୍ରେକ୍ଷୀରେ ଅଗ୍ରୀମ ଓ ପ୍ରୋଭିଜନାଲ୍‌ ସବ୍‌ସିଡି ଅର୍ଥ ନିୟମିତ ଭାବେ ପ୍ରଦାନ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବା ଦରକାର। ସେହିପରି ରାଜ୍ୟ ବର୍ଷକୁ ପ୍ରାୟ ୨୪ ଲକ୍ଷ େମଟ୍ରିକ୍ ଟନ୍‌ ଚାଉଳ ଆବଶ୍ୟକ କରୁଥିବାବେଳେ ବଳକା ଚାଉଳ କେନ୍ଦ୍ର ଭଣ୍ଡାରକୁ ପ୍ରଦାନ କରାଯାଇଥାଏ। ଗତ ଖରିଫ୍‌ ବିପଣନ ବର୍ଷରେ ଭାରତୀୟ ଖାଦ୍ୟ ନିଗମ ୧୭.୮୪ ଲକ୍ଷ ମେଟ୍ରିକ୍୍‌ ଟନ୍‌ ବଳକା ଚାଉଳ ରାଜ୍ୟରୁ ସଂଗ୍ରହ କରିଥାନ୍ତି। ଚଳିତ ବର୍ଷ ରାଜ୍ୟରେ ରେକର୍ଡ ପରିମାଣର ଧାନ ସଂଗ୍ରହ ହେବା ଆଶା କରାଯାଉଥିବା ଦୃଷ୍ଟିରୁ ଭାରତୀୟ ଖାଦ୍ୟ ନିଗମ ଦ୍ବାରା ଶୀଘ୍ର ଓ ଠିକ୍‌ ସମୟରେ ବଳକା ଚାଉଳ ଉଠାଣ ପାଇଁ ମନ୍ତ୍ରୀ ଶ୍ରୀ ସ୍ବାଇଁ ଅନୁରୋଧ କରିଛନ୍ତି ।

ଏଥିସହିତ କେନ୍ଦ୍ର ସରକାରଙ୍କ ଦ୍ବାରା ଖାଉଟି ସୁରକ୍ଷା ଆଇନ-୨୦୧୯ ପ୍ରଣୟନ କରାଯାଇଥିବା ଦୃଷ୍ଟିରୁ ଏହାକୁ କାର୍ଯ୍ୟକାରୀ କରିବା ବେଳେ ନିୟମାବଳୀ ପ୍ରସ୍ତୁତ ବେଳେ ଓଡ଼ିଶାର ଦାବି ଶୁଣିବାକୁ ମନ୍ତ୍ରୀ ଆଜି ପୁଣି େକନ୍ଦ୍ରମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ବିଶେଷକରି ରାଜ୍ୟ ଖାଉଟି ବିବାଦ ସମାଧାନ କମିସନ ଏବଂ ଜିଲ୍ଲା ଖାଉଟି ବିବାଦ ସମାଧାନ ଫୋରମ୍‌ର ସଭାପତି ଏବଂ ସଭ୍ୟମାନଙ୍କର ଦରମା ଓ ଭତ୍ତା ବାବଦକୁ ଅର୍ଥ କେନ୍ଦ୍ର ସରକାରଙ୍କ ଦ୍ବାରା ବହନ କରାଯିବାର ବ୍ୟବସ୍ଥା ରଖିବା ପାଇଁ ମନ୍ତ୍ରୀ ଅନୁରୋଧ କରିଥିଲେ। ସେହିଭଳି ପିଆଜର ଅହେତୁକ ଦରବୃଦ୍ଧିଜନିତ ସମସ୍ୟା ସଂପର୍କରେ ମନ୍ତ୍ରୀ ଉଭୟଙ୍କ ମଧ୍ୟରେ ଆଲୋଚନା େହାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe