୫,୬୧୬ କୋଟି ବକେୟା ଦେବାକୁ କେନ୍ଦ୍ରକୁ ଚିଠି ଲେଖିଲେ ରଣେନ୍ଦ୍ର

Advertisment
ରାଜ୍ୟରେ ୯୭ଟି ଶୀତଳ ଭଣ୍ଡାର ଅଚଳ ଓ ୩୬ଟି ସଚଳ: କୃଷି ମନ୍ତ୍ରୀ

Twitter

ଭୁବନେଶ୍ବର : ଧାନକିଣା ବାବଦରେ ଅଗ୍ରୀମ ସବସିଡି ଅର୍ଥ କେନ୍ଦ୍ରଠାରୁ ମିଳୁନଥିବାରୁ ରାଜ୍ୟ ଯୋଗାଣ ନିଗମ ଘୋର ଆର୍ଥିକ ସଂକଟର ସମ୍ମୁଖୀନ ହୋଇଛି। ଏ ବାବଦକୁ କେନ୍ଦ୍ର ସରକାର ୫୬୧୬ କୋଟି ଟଙ୍କା ବକେୟା ରଖିଛନ୍ତି। ଏହି ଟଙ୍କା ତୁରନ୍ତ ପ୍ରଦାନ କରିବାକୁ ଆଜି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଚିଠି ଲେଖିଛନ୍ତି। ଏବେସୁଦ୍ଧା ଧାନ ସଂଗ୍ରହ ବାବଦରେ ରାଜ୍ୟ ସରକାରଙ୍କୁ ୧୯ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ କରିବାକୁ ପଡ଼ିଛି।

ଚିଠିରେ ଶ୍ରୀ ସ୍ବାଇଁ ଉଲ୍ଲେଖ କରିଛନ୍ତି କି , କଷ୍ଟମ ମିଲିଂ ଚାଉଳ ଯୋଗାଣ ବାବଦରେ ଓଡ଼ିଶାରେ ୩୦ ଲକ୍ଷ ମେଟ୍ରିକ୍‌ ଟନ୍‌ ବଳକା ଚାଉଳ ଆକଳନ ଗଚ୍ଛିତ ଅଛି। ଯାହାକୁ ଏଫ୍‌ସିଆଇ ଚଳିତ ଖରିଫ ବିପଣନ ଋତୁରେ ଉଠାଇବାର ଆବଶ୍ୟକତା ରହିଛି। ମାତ୍ର ଏ ପର୍ଯ୍ୟନ୍ତ ଏଫ୍‌ସିଆଇ ମାତ୍ର ୬.୮୦ ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ ଉଠାଣ କରିଛି। ଯେଉଁ ହାରରେ ରାଜ୍ୟରୁ ଚାଉଳ ଉଠାଣ ହେଉଛି ସେଥିରେ ଧାର୍ଯ୍ୟ କରାଯାଇଥିବା ସମୟସୀମା ଭିତରେ ସମସ୍ତ ଚାଉ​ଳ ଉଠିବା ସମ୍ଭବ ନୁହେଁ ବୋଲି ଶ୍ରୀ ସ୍ବାଇଁ ଉଦବେଗ ପ୍ରକାଶ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ତୁରନ୍ତ ଏ ଦିଗରେ ହସ୍ତକ୍ଷେପ କରିବାକୁ ଶ୍ରୀ ସ୍ବାଇଁ ଅନୁରୋଧ କରିଛନ୍ତି।

ପ୍ରକାଶଥାଉକି, ଧାନ ସଂଗ୍ରହ ବାବଦରେ ରାଜ୍ୟ ସରକାରଙ୍କ ବକେୟା ଅର୍ଥ ପ୍ରଦାନ ନେଇ ଗତ ୧୫ ତାରିଖରେ ବିଜେଡି ସାଂସଦମାନଙ୍କ ଏକ ପ୍ରତିନିଧି ମଣ୍ଡଳୀ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗୋୟଲଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe