୧୬ ବର୍ଷ ପରେ ପୁଣି ଫେରୁଛି ‘ରଙ୍ଗ ରେଖା’

Advertisment
୧୬ ବର୍ଷ ପରେ ପୁଣି ଫେରୁଛି ‘ରଙ୍ଗ ରେଖା’

ଭୁବନେଶ୍ବର : ଦୀର୍ଘ ୧୬ ବର୍ଷ ପରେ ପୁଣି ପ୍ରକାଶ ପାଇବ ଶିଳ୍ପୀ ଓ କଳା କାରିଗରୀ ପତ୍ରିକା ‘ରଙ୍ଗ ରେଖା’। ଆକର୍ଷଣୀୟ ପ୍ରଚ୍ଛଦପଟ ଓ ନୂତନ ପରିପାଟ୍ଟୀ ସହ ଏହି ତ୍ରୟ ମାସିକ ପତ୍ରିକା ପୁନଃ ପ୍ରକାଶ କରିବା ନେଇ ନିଷ୍ପତ୍ତି ନେଇଛି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ। ଓଡ଼ିଶା ଲଳିତ କଳା ଏକାଡେମି ପକ୍ଷରୁ ପ୍ରକାଶ ପାଇବାକୁ ଯାଉଥିବା ଏହି ପତ୍ରିକାରେ ଚିତ୍ରକଳା ସମ୍ବନ୍ଧୀୟ ଆଲେଖ୍ୟ, ଓଡ଼ିଶାର ବୟନ କଳା, ଲୋକ ସଂସ୍କୃତି, ମନ୍ଦିର କାରୁକାର୍ଯ୍ୟ, ଚିତ୍ରଶିଳ୍ପୀଙ୍କ ଜୀବନୀ ଏବଂ ଏକାଡେମିର ବିଭିନ୍ନ କାର୍ଯ୍ୟକ୍ରମ ସଂକ୍ରାନ୍ତ ବିବରଣୀ ପ୍ରକାଶ ପାଇବ।

ଏକାଡେମିର ସଚିବ ଗଜେନ୍ଦ୍ର ସାହୁ କହିଛନ୍ତି, ଅଗଷ୍ଟ-ସେପ୍ଟେମ୍ବରରୁ ପ୍ରକାଶ ପାଇବାକୁ ଯାଉଥିବା ଏହି ମୁଖପତ୍ର ଶିଳ୍ପୀ ଓ ଓଡ଼ିଶା ଲଳିତ କଳା ଏକାଡେମି ମଧ୍ୟରେ ସେତୁ ଭଳି କାର୍ଯ୍ୟ କରିବ। ଓଡ଼ିଶାର କଳା କାରିଗରୀ ସମ୍ପର୍କିତ ଏହି ପତ୍ରିକା ଶିଳ୍ପୀମାନଙ୍କ ପାଇଁ ବେଶ୍‌ ସହାୟକ ହେବ। ସୂଚନାଯୋଗ୍ୟ ପତ୍ରିକାଟି ୧୯୭୬ ମସିହାରୁ ପ୍ରକାଶ ପାଇ ଆସୁଥିଲା। ମାତ୍ର ୨୦୦୪-୫ ମସିହା ବେଳକୁ କୌଣସି କାରଣ ଯୋଗୁଁ ଏହା ବନ୍ଦ ହୋଇଗଲା। ତେବେ ସଂପ୍ରତି ଏହି ପତ୍ରିକାକୁ ପୁନଃ ପ୍ରକାଶ ନେଇ ସଂସ୍କୃତି ବିଭାଗ ଚିନ୍ତା କରିଛି। ଓଏସ୍‌ଡି ମନସ୍ବିନୀ ସାହୁ ଓ ଲଳିତ କଳା ଏକାଡେମି ସଭାପତି ସୁଦର୍ଶନ ପଟ୍ଟନାୟକ ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe