ରେକର୍ଡ କଲା ’ରାନୀ ଗୁରୀ’ 

Advertisment
ରେକର୍ଡ କଲା ’ରାନୀ ଗୁରୀ’ 

ସମ୍ବଲପୁର: ଲୋକପ୍ରିୟ ସମ୍ବଲପୁର କଣ୍ଠଶିଳ୍ପୀ ଯୋଡ଼ି ମଣ୍ଟୁ ଛୁରିଆ ଏବଂ ଅସୀମା ପଣ୍ଡାଙ୍କ ଗୀତ ‘ରାନୀ ଗୁରୀ’କୁ ଅଭୂତପୂର୍ବ ସଫଳତା ମିଳିଛି। ମଣ୍ଟୁ ଛୁରିଆଙ୍କ ଅଫିସିଆଲ୍ ୟୁଟ୍ୟୁବ୍‌ ଚାନେଲରେ ଏହି ଗୀତର ଭିଡିଓକୁ ଆଜି ସୁଦ୍ଧା ୧୦ କୋଟି ୩ ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି। ଓଡ଼ିଶାର କୌଣସି ଗୀତକୁ ଏପର୍ଯ୍ୟନ୍ତ ଏଭଳି ସଫଳତା ମିଳିନାହିଁ। ୧୦ କୋଟି(ଏକ ମିଲିୟନ)ରୁ ଅଧିକ ଲୋକ ଦେଖିବାର ବିରଳ ରେକର୍ଡ କେବଳ ‘ରାନୀ ଗୁରୀ’ କରିଥିବା ବ‌େଳେ ବର୍ତ୍ତମାନ ସମୟର ସର୍ବାଧିକ ଲୋକପ୍ରିୟ କଣ୍ଠଶିଳ୍ପୀ ଯୋଡ଼ି ଭାବେ ମଧ୍ୟ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି।

ଏ ସଂକ୍ରାନ୍ତରେ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆ କହିଛନ୍ତି, ଗତ ୧୪ ଅକ୍ଟୋବର ୨୦୨୧ରେ ଏହି ଗୀତ ତାଙ୍କ ଅଫିସିଆଲ ୟୁଟ୍ୟୁବରେ ସ୍ଥାନ ପାଇଥିଲା। ଏହି ଗୀତକୁ ଲୋକଙ୍କ ଏଭଳି ପସନ୍ଦ ଦେଖି ସେ ବେଶ୍‌ ଖୁସି ବ୍ୟକ୍ତ କରିବା ସହିତ କୃତଜ୍ଞତା ବି ଜଣାଇଛନ୍ତି। ଏଥି ସହିତ ଶ୍ରୀ ଛୁରିଆ ଏହି ସଫଳତାର ଶ୍ରେୟ ତାଙ୍କ ଟିମ୍‌ର ସମସ୍ତ ସଦସ୍ୟଙ୍କୁ ଦେଇଛନ୍ତି। ଏହା ‌‘ଟିମ୍‌ ୱାର୍କ’ର ଫଳ ବୋଲି ସେ କହିଛନ୍ତି।

ଏହା ବ୍ୟତୀତ ତାଙ୍କର ଅନ୍ୟ ଦୁଇଟି ସମ୍ବଲପୁରୀ ଗୀତ ‘ରସିଆ’ ଏବଂ ‘ଜିଗରବାଲା’ ମଧ୍ୟ ୧୦ କୋଟି(ଏକ ମିଲିୟନ) ଦର୍ଶକ/ପ୍ରଶଂସକଙ୍କ ଆର୍ଶୀବାଦ ପାଇବା ଦିଗରେ ଅଗ୍ରସର ହେଉଛି ବୋଲି ସେ କହିଛନ୍ତି। ଉଲ୍ଲେଖ‌ୋଗ୍ୟ ଯେ, ପ୍ରକାଶ ଦୁରିଆ ଓ ନବୀନ ସାହୁଙ୍କ ରଚିତ ‘ରାନୀ ଗୁରୀ’ ଗୀତ‌ର ସଂଗୀତକାର ହେଉଛନ୍ତି ବିଜୟ ଆନନ୍ଦ ସାହୁ। ରେହାନ୍ କମଲ ଏହି ଗୀତର ତାଳ ପ୍ରସ୍ତୁତ କରିଥିବା ଅନିରୁଦ୍ଧ ଧଳ ଡ୍ରମ୍‌ରେ ସହାୟତା କରିଛନ୍ତି। ତେବେ, ଏହି ଭିଡିଓରେ ପ୍ରିୟମ୍ବଦା ସ୍ବାଇଁଙ୍କ ସହିତ ମଣ୍ଟୁ ଛୁରିଆ ନିଜେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣିବାରେ ସଫଳ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe