ସମ୍ଭାବନା ହରାଉଛି ରାଣୀପୁର ଝରିଆଲ: ନାଁ’କୁ ଜାତୀୟ ଐତିହ୍ୟ ମାନ୍ୟତା, ଭିତ୍ତିଭୂମି ଶୂନ

ଜାତୀୟ ଐତିହ୍ୟ ମାନ୍ୟତା ପାଇଥିବା ପ୍ରସିଦ୍ଧ ଯୋଗିନୀ ପୀଠ ରାଣୀପୁର ଝରିଆଲ ପର୍ଯ୍ୟଟନ କ୍ଷେତ୍ରରେ ସମ୍ଭାବନା ହରାଇବାକୁ ବସିଛି। ଏହା ବିରଳ କୀର୍ତ୍ତିରାଜି ହୋଇଥିଲେ ହେଁ ରକ୍ଷଣାବେକ୍ଷଣ ଏବଂ ଭିତ୍ତିଭୂମି ଅଭାବରୁ ପର୍ଯ୍ୟଟକଙ୍କୁ ନିରାଶ କରିଛି।

scscsc

ସିନ୍ଧେକେଲା: ଜାତୀୟ ଐତିହ୍ୟ ମାନ୍ୟତା ପାଇଥିବା ପ୍ରସିଦ୍ଧ ଯୋଗିନୀ ପୀଠ ରାଣୀପୁର ଝରିଆଲ ପର୍ଯ୍ୟଟନ କ୍ଷେତ୍ରରେ ସମ୍ଭାବନା ହରାଇବାକୁ ବସିଛି। ଏହା ବିରଳ କୀର୍ତ୍ତିରାଜି ହୋଇଥିଲେ ହେଁ ରକ୍ଷଣାବେକ୍ଷଣ ଏବଂ ଭିତ୍ତିଭୂମି ଅଭାବରୁ ପର୍ଯ୍ୟଟକଙ୍କୁ ନିରାଶ କରିଛି। ସାମାନ୍ୟ ଶୌଚାଳୟଟିଏ ନଥିବାରୁ ଏଠାକୁ ଆସୁଥିବା ଗବେଷକ, ଐତିହାସିକ ଏବଂ ପର୍ଯ୍ୟଟକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପୀଠର ଐତିହାସିକ ମହତ୍ତ୍ବକୁ ନଜରରେ ରଖି ଏହାକୁ ଜାତୀୟ ଐତିହ୍ୟ ମାନ୍ୟତା ମିଳିଛି। ହେଲେ ଷଷ୍ଠରୁ ନବମ ଶତାବ୍ଦୀ ମଧ୍ୟରେ ସୋମବଂଶୀ ରାଜାମାନଙ୍କ ଦ୍ବାରା ନିର୍ମିତ ଏହି ପୀଠ ନିଜ ବିକାଶର ବାଟ ଖୋଜୁଛି।

ଏଠାରେ ସୋମେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଥିବା ପବିତ୍ର ପୁଷ୍କରିଣୀ ଅନାବନା ଘାସ ଓ ଦଳରେ ଭରି ରହିଛି। ପାଣିରୁ ପ୍ରବଳ ଦୁର୍ଗନ୍ଧ ବାହାରୁଛି। ଏଏସ୍ଆ‌ଇ ଦାୟିତ୍ବରେ ରହିଛି ଏହି ପୀଠ। କିନ୍ତୁ ସାଧାରଣ ସୁବିଧା ନଥିବାରୁ ସୋମେଶ୍ୱର ମନ୍ଦିରଠାରୁ ପ୍ରାୟ ଅଧ କିଲୋମିଟର ଦୂରରୁ ପର୍ଯ୍ୟଟକଙ୍କୁ ଚାଲିଚାଲି ଯିବାକୁ କୁହାଯାଉଛି। ପୀଠର ସଂରକ୍ଷଣ ନାମରେ ଏକ ବେସରକାରୀ ସଂସ୍ଥା ଜରିଆରେ ପ୍ରାୟ ୧୬ ଜଣ ଏବଂ ଏଏସ୍‌ଆଇ ୫ ଜଣଙ୍କୁ ନିଯୁକ୍ତି ଦେଇଛି। ହେଲେ ମୌଳିକ ସୁବିଧା ଯୋଗାଇବାରେ କୌଣସି ତତ୍ପରତା ନାହିଁ। ତେଣୁ ପୀଠକୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଉଛି। ଦାଦନପ୍ରବଣ ଏହି ଇଲାକାରେ ପର୍ଯ୍ୟଟନର ଭରପୂର ସୁଯୋଗ ସୃଷ୍ଟି କରିଛି ରାଣୀପୁର ଝରିଆଲ। କିନ୍ତୁ ଏହି ପୀଠ ନିଜ ଭାଗ୍ୟକୁ ବାହୁନି ହେଉଛି। ସରକାରୀ ଅବହେଳାର ଶିକାର ହୋଇ ଏଭଳି ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ବଡ଼ ସମ୍ଭାବନା ହରାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe