ମହଖଣ୍ଡରେ ଶୋକାକୁଳ ପରିବେଶ

Advertisment
ମହଖଣ୍ଡରେ ଶୋକାକୁଳ ପରିବେଶ

ଅତାବିରା : ସ୍ବର୍ଗତ ରଣଜିତ ଗୁରୁଙ୍କ ଶବ ବରଗଡ଼ ଜିଲ୍ଲା ଗୋଡ଼ଭଗା ନିକଟସ୍ଥ ତାଙ୍କ ପୈତୃକ ଗାଁ ମହଖଣ୍ଡରେ ପହଂଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ନିଜ ଗାଁର ଗୌରବ ରଖିଥିବା ଏହି ସନ୍ତାନଙ୍କୁ ଶେଷ ଦର୍ଶନ କରିବାକୁ ଗ୍ରାମବାସୀ ଦୀର୍ଘ ସମୟ ଅପେକ୍ଷା କରି ରହିଥିଲେ। ସମଗ୍ର ଗ୍ରାମବାସୀ, ସଂଗଠକ, ରାଜନେତା, ସମାଜସେବୀ ସ୍ବର୍ଗତ ଗୁରୁଙ୍କ ପାର୍ଥିବ ଶରୀରର ଶେଷଦର୍ଶନ କରିଥିଲେ। ଆଦିତ୍ୟ ଆଲୁମିନା ମୁଖ୍ୟ ସୁଶାନ୍ତ ଗୁରୁ, ଯୁବନେତା ଇରାଶିଷ ଆଚାର୍ଯ୍ୟ, କଂଗ୍ରେସ ପକ୍ଷରୁ ରାଜେଶ ଅଗ୍ରୱାଲ, ଜାବ୍‌ ପକ୍ଷରୁ ରବିନାରାୟଣ ପଣ୍ଡା, ସୁରେଶ ଦାଶ, ବିଜୟ କର୍ଣ୍ଣ, ନରେନ୍ଦ୍ର ଦାଶ, ଯୀଶୁକ୍ରିଷ୍ଣା ଦାଶ, ଅକ୍ଷୟ କର୍ଣ୍ଣ, ପ୍ରମୋଦ ମହାକୁଡ଼, ସୁନୀଲ ମିଶ୍ର, ସାଧୁରାମ ମେଣ୍ଡଲି, କୃପାସିନ୍ଧୁ ଖମାରୀ, ଅନ୍ତର୍ଯ୍ୟାମୀ ତ୍ରିପାଠୀ, ରଜତ ତ୍ରିପାଠୀଙ୍କ ସମେତ ବରଗଡ଼ ସମ୍ବାଦ କାର୍ଯ୍ୟାଳୟର କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ। ଶବକୁ କିଛି ସମୟ ଘରେ ରଖିବା ପରେ ଅନ୍ତ୍ୟେଷ୍ଟି ପାଇଁ ସମ୍ବଲପୁର ଅଭିମୁଖେ ନିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe