ରଂଜିତା ନାୟକ ପାଇବେ ସରଳା ଦେବୀ ସ୍ମୃତି ସମ୍ମାନ

Advertisment
ରଂଜିତା ନାୟକ ପାଇବେ ସରଳା ଦେବୀ ସ୍ମୃତି ସମ୍ମାନ

କଟକ : ବିଶିଷ୍ଟ କବି ଡକ୍ଟର ରଂଜିତା ନାୟକ ଚଳିତ ବର୍ଷର ମର୍ଯ୍ୟାଦାଜନକ ସରଳା ଦେବୀ ସ୍ମୃତି ସମ୍ମାନ ପାଇବେ। ଆସନ୍ତା ୯ ତାରିଖ ଦିନ ୧୧ଟାରେ ଶତାବ୍ଦୀ ଭବନରେ ଅନୁଷ୍ଠିତ ହେବାକୁ ଥିବା ସମାରୋହରେ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଡକ୍ଟର ନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରିବେ। ପୁରସ୍କାର ସ୍ବରୂପ ୨୦ ହଜାର ଟଙ୍କା, ଉପଢୌକନ ଓ ମାନପତ୍ର ପ୍ରଦାନ କରାଯିବ ବୋଲି ସ୍ମୃତି ସଂସଦର ସଂପାଦକ ଲକ୍ଷ୍ମୀ ପ୍ରକାଶ ମହାପାତ୍ର ସୂଚନା ଦେଇଛନ୍ତି।

ଡକ୍ଟର ରଂଜିତା ନାୟକ ୧୦ ଖଣ୍ଡ କବିତା ଗ୍ରନ୍ଥ ସମେତ ୨୨ ଖଣ୍ଡ ଗ୍ରନ୍ଥ ରଚନା କରିଛନ୍ତି। ଅଶାନ୍ତ ଅପରାହ୍ନ, ଦୃଶ୍ୟ ଦୃଶ୍ୟାନ୍ତର, ଝଡ଼ର ଆକାଶ, ଅତଳତଳ, ପତ୍ରଝରା ଋତୁ, ପତନର ଛନ୍ଦ, କାନ୍ଥଖରା, ନିଜ ଝର୍କାରୁ ଆକାଶ ଭଳି ତାଙ୍କର ରଚନା ପାଠକାଦୃତି ଲାଭ କରିଛି। କେନ୍ଦ୍ରାପଡ଼ାର ପାଟକୁରାରେ ଜନ୍ମିତ ଡକ୍ଟର ରଂଜିତା ନାୟକ ପୂର୍ବରୁ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର, ଗୋକର୍ଣ୍ଣିକା ପୁରସ୍କାର, ପ୍ରଜାତନ୍ତ୍ର ବିଷୁବ ସମ୍ମାନ, ଉତ୍କଳ ଭାରତୀ କୁନ୍ତଳା କୁମାରୀ ପୁରସ୍କାର, ଗଙ୍ଗାଧର ମେହେର କବିତା ସମ୍ମାନ, ସଚ୍ଚି ରାଉତରାୟ କବିତା ସମ୍ମାନ, ଦୀପକ ମିଶ୍ର କବିତା ସମ୍ମାନ ଭଳି ବହୁ ମର୍ଯ୍ୟାଦାଜନକ ସମ୍ମାନ ଲାଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe