ରୁଗ୍‌ଣ ଅବସ୍ଥାରେ ରଣପୁର ଦୁଗ୍‌ଧ ସମବାୟ ସମିତି: ମୁହଁ ଫେରାଉଛନ୍ତି ଚାଷୀ

Advertisment

ବାଲିଅନ୍ତା ବ୍ଲକ୍‌ ସରକଣା ପଞ୍ଚାୟତ ଅଧୀନ ରଣପୁର ଗ୍ରାମ୍ୟ ଦୁଗ୍‌ଧ ସମବାୟ ସମିତି ରୁଗ୍‌ଣ ଅବସ୍ଥାରେ ପହଞ୍ଚିସାରିଛି। କ୍ରମାଗତଭାବେ ଚାଷୀମାନେ ଏହି ସମିତିରୁ ମୁହଁ ଫେରାଇ ନେଉଥିବାରୁ ଏହା ଆଉ ବେଶି ଦିନ ତିଷ୍ଠିବା ସମ୍ଭବ ନୁହେଁ ବୋଲି ଜଳଜଳ ହୋଇ ଦେଖାଗଲାଣି।

ବାଲିଅନ୍ତା ବ୍ଲକ୍‌ ସରକଣା ପଞ୍ଚାୟତ ଅଧୀନ ରଣପୁର ଗ୍ରାମ୍ୟ ଦୁଗ୍‌ଧ ସମବାୟ ସମିତି ରୁଗ୍‌ଣ ଅବସ୍ଥାରେ ପହଞ୍ଚିସାରିଛି। କ୍ରମାଗତଭାବେ ଚାଷୀମାନେ ଏହି ସମିତିରୁ ମୁହଁ ଫେରାଇ ନେଉଥିବାରୁ ଏହା ଆଉ ବେଶି ଦିନ ତିଷ୍ଠିବା ସମ୍ଭବ ନୁହେଁ ବୋଲି ଜଳଜଳ ହୋଇ ଦେଖାଗଲାଣି।

sfsfsf

ବାଲିଅନ୍ତା: ବାଲିଅନ୍ତା ବ୍ଲକ୍‌ ସରକଣା ପଞ୍ଚାୟତ ଅଧୀନ ରଣପୁର ଗ୍ରାମ୍ୟ ଦୁଗ୍‌ଧ ସମବାୟ ସମିତି ରୁଗ୍‌ଣ ଅବସ୍ଥାରେ ପହଞ୍ଚିସାରିଛି। କ୍ରମାଗତଭାବେ ଚାଷୀମାନେ ଏହି ସମିତିରୁ ମୁହଁ ଫେରାଇ ନେଉଥିବାରୁ ଏହା ଆଉ ବେଶି ଦିନ ତିଷ୍ଠିବା ସମ୍ଭବ ନୁହେଁ ବୋଲି ଜଳଜଳ ହୋଇ ଦେଖାଗଲାଣି। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉଦାସୀନତା କାରଣରୁ ଚାଷୀମାନେ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ କରି ଏହି ସମିତିରେ ଦୁଗ୍‌ଧ ବିକିବାକୁ ଆଗ୍ରହ କରୁନଥିବା କହିଛନ୍ତି। ବାହାରେ ଦୁଗ୍‌ଧ ବିକିଲେ ଲିଟର ପିଛା ୩୫ ଟଙ୍କା ମିଳୁଥିବା ବେଳେ ସମିତି ୨୫ ଟଙ୍କା ଦେଉଛି ଏବଂ ବେପାରୀ ନଗଦ ଟଙ୍କା ଗଣିଦେଉଥିବା ବେଳେ ସମିତି ସପ୍ତାହକ ପରେ ଟଙ୍କା ଦେଉଛି ବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି।

୨୦୧୦ ମସିହାରେ ରଣପୁର ସମିତି ପୁରୀ ଜିଲ୍ଲା ମିଲ୍‌କ ୟୁନିୟନ୍‌ ଲିଃ(ପୁମୁଲ୍‌)ରେ ସାମିଲ ହୋଇଥିଲା। ସେତେବେଳେ ୬୦ ଚାଷୀ ପଞ୍ଜୀକୃତ ହୋଇଥିଲେ ଏବଂ ଦୈନିକ ୨୦୦ ଲିଟରରୁ ଅଧିକ ଦୁଗ୍‌ଧ ସଂଗ୍ରହ କରାଯାଉଥିଲା। ସେତେବେଳେ ରଣପୁର, ସରକଣା ଉପରମୁଣ୍ଡସାହି, କଇଜଙ୍ଗା, ସୁଆଁଲୋ, ଅଞ୍ଜିରା, ଲୁଣା, ଭାରତୀବାଗ ଓ କାଜିପୁର ଆଦି ଗ୍ରାମର ଚାଷୀମାନେ ଏଠାରେ କ୍ଷୀର ବିକୁଥିଲେ। ଏଠାରୁ ସଂଗୃହୀତ କ୍ଷୀର ନିମାପଡ଼ା ଓମ୍‌ଫେଡ୍‌ ପ୍ଲାଣ୍ଟକୁ ଯାଉଥିଲା। ସେସମୟରେ ବାହାର ବେପାରୀମାନେ ଦୁଗ୍‌ଧ ଚାଷୀଙ୍କୁ ଶୋଷଣ କରୁଥିଲେ। ମନ ଇଛା ଦର କରି କ୍ଷୀର କିଣୁଥିଲେ। ତେଣୁ ଚାଷୀମାନେ କ୍ଷତିଗ୍ରସ୍ତ ହେଉଥିଲେ। ଦୁଗ୍‌ଧ ସମିତି ହେବା ପରେ ଚାଷୀମାନେ ଲାଭବାନ ହେଲେ ଏବଂ ଦିନକୁ ଦିନ ପଞ୍ଜୀକୃତ ଚାଷୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା। ମାତ୍ର ଏବେ ଚିତ୍ର ପୂରା ଓଲଟା। ଚାଷୀମାନେ ସମିତିରୁ ମୁହଁ ଫେରାଇ ପୁଣି ବେପାରୀମୁହାଁ ହୋଇଛନ୍ତି। ଚାଷୀମାନଙ୍କ ଅଭିଯୋଗ ଅନୁସାରେ ସମିତି କ୍ଷୀର ନେବା ବେଳେ ମାପକ ଯନ୍ତ୍ର(ଲାକ୍ଟୋମିଟର)ରେ ମାପି କ୍ଷୀରର ମାନ ଖରାପ ଥିବା ଦର୍ଶାଇ ଦର କମାଇଦେଉଛି। ଗତ ୪ମାସ ହେଲା ସେମାନଙ୍କୁ ଲିଟର ପିଛା ୨୫ ଟଙ୍କା ମିଳୁଛି। ଅଥଚ ବେପାରୀ ସମାନ କ୍ଷୀରକୁ ୩୫ଟଙ୍କାରେ କିଣିନେଉଛନ୍ତି। ଦିନକୁ ଦିନ ଗୋଖାଦ୍ୟ(ଚୁନି ଓ ଚୋକଡ଼) ଦର ବଢ଼ିବଢ଼ି ଚାଲିଛି। ତେଣୁ କମ୍‌ ଦରରେ କ୍ଷୀର ବିକି କିଏ କ’ଣ ପାଇଁ କ୍ଷତିଗ୍ରସ୍ତ ହେବ ବୋଲି ଚାଷୀମାନେ ପ୍ରଶ୍ନ କରି ବେପାରୀଙ୍କୁ କ୍ଷୀର ବିକୁଛନ୍ତି। ଏନେଇ ସମିତିର ସମ୍ପାଦିକା କଳ୍ପନା ପରିଡ଼ାଙ୍କ କହିବା କଥା ଏବେ ସକାଳବେଳା ୫ ଲିଟର ଓ ସନ୍ଧ୍ୟାରେ ୧୦ଲିଟର କ୍ଷୀର ସଂଗୃହୀତ ହେଉଛି। ଏଭଳି ଅବସ୍ଥା ଲାଗିରହିଲେ ସମିତି ବନ୍ଦ ହୋଇଯିବ। ଏହି ସମସ୍ୟାର ସମାଧାନ ପାଇଁ ବିଭାଗୀୟ କର୍ତ୍ତୃପକ୍ଷ କିଛି କରୁନାହାନ୍ତି। ଫଳରେ ଭବିଷ୍ୟତରେ ଚାଷୀମାନେ ପୁଣି ବେପାରୀଙ୍କ ଦ୍ବାରା ‌ଶୋଷଣର ଶିକାର ହେବେ। ସମିତି ବନ୍ଦ ହୋଇଗଲେ, ବେପାରୀମାନେ ପୁରୁଣା ଢାଞ୍ଚାରେ ମନମାନୀ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe