ଘରୁ ଟେକିନେଇ ନାବାଳିକାକୁ ଦୁଷ୍କର୍ମ, ଜଣେ ଅଟକ

Advertisment
ଯୌନ ରାକ୍ଷସଙ୍କ କବଳରୁ ଖସି ଆସିଥିବା ଜନୈକା ବାଳିକାର କରୁଣ କାହାଣୀ....

ଯାଜପୁରଟାଉନ/ସଦର: କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାକୁ ନେଇ ସାରା ରାଜ୍ୟରେ ହଇଚଇ ହେଉଥିବା ବେଳେ ଯାଜପୁରର ଜଣେ ନାବାଳିକାକୁ ରାତି ଅନ୍ଧାରରେ ଘର ପାଖରୁ ଟେକି ନେଇ ଦୁଷ୍କର୍ମ କରାଯାଇଛି। ଏନେଇ ସଂପୃକ୍ତା ନାବାଳିକା ଯାଜପୁର ସଦର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଦୁଷ୍କର୍ମକାରୀକୁ ଅଟକ ରଖିଛି । ଆସନ୍ତାକାଲି ଡାକ୍ତରୀମାଇନା ପରେ କୋର୍ଟଚାଲାଣ କରାଯିବ ବୋଲି ପୁଲିସ କହିଛି।

ମିଳିଥିବା ସୂଚନା ଅନୁଯାୟୀ, ଯାଜପୁର ବ୍ଲକ୍‌ ଭୂଇଁପୁର ପଞ୍ଚାୟତ ଅଞ୍ଚଳର ଜଣେ ଯୁକ୍ତ ଦୁଇ ପ୍ରଥମ ବର୍ଷର ନାବାଳିକା ସରସ୍ୱତୀ ପୂଜା ପୂର୍ବ ଦିନ ରାତିରେ ନିଜର ଜେଜେଙ୍କ ସହ ବାହାରକୁ ଉଠିଥିଲେ। ଏହି ସମୟରେ ସାହିର କିଛିଦୂରରେ ସରସ୍ୱତୀ ପୂଜା ପାଇଁ ସାଜସଜା କରାଯାଉଥିଲା। ମଲ୍ଲପଡ଼ା ଅଞ୍ଚଳର ଆର୍ତତ୍ରାଣ କେତୀ ଓରଫ୍‌ କାଳିଆର ଲୋଲୁପ୍‌ ଦୃଷ୍ଟି ଏହି ନାବାଳିକା ଝିଅ ପ୍ରତି ପଡ଼ିଯାଇଥିଲା। ସେ ତା ନିକଟକୁ ଝପଟି ଆସିବାରୁ ନାବାଳିକା ତଳେ ପଡ଼ିଯାଇଥିଲେ। ଅନ୍ଧାରର ସୁଯୋଗ ନେଇ କାଳିଆ ତାକୁ ଟେକି ନେଇଥିଲା। କିଛି ଦୂରକୁ ନେଇ ଦୁଷ୍କର୍ମ କରିବା ପରେ ନାବାଳିକାଟି ଅଚେତ ହୋଇପଡ଼ିଥିଲା। କାଳିଆ ପୁଣି ତାକୁ ଟେକି ଆଣି ଘରଠାରୁ କିଛି ଦୂରରେ ଫିଙ୍ଗି ଦେଇ ଚାଲିଯାଇଥିଲା। ବହୁସମୟ ଧରି ନାତୁଣୀ ନଆସିବାରୁ ଜେଜେବ୍ୟସ୍ତ ହୋଇ ଖୋଜାଖୋଜି କରିଥିଲେ। ପରିବାର ଲୋକଙ୍କୁ ଜଣାଇବା ପରେ ସମସ୍ତେ ମିଶି ଖୋଜାଖୋଜି କରିଥିଲେ। ମାତ୍ର ନାତୁଣୀକୁ ପାଇ ନଥିଲେ। ସକାଳୁ ଘର ନିକଟରେ ଚେତାଶୂନ୍ୟ ହୋଇ ପଡ଼ିଥିବା ବେଳେ ପରିବାର ଲୋକେ ତାକୁ ଉଦ୍ଧାର କରିଥିଲେ। ଚେତା ଫେରିବା ପରେ ନାବାଳିକା ତାଙ୍କ ମା’କୁ ସବୁ କଥା କହିବା ପରେ ଗତକାଲି ସେମାନେ ସଦର ଥାନାକୁ ଆସି ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ଏକ ପାସ୍କୋ ଆକ୍ଟ ଦାରା ୧୨ରେ ୨୦/୧୮ରେ ଏକ ମାମଲା ରୁଜୁ କରି ଦୁଷ୍କର୍ମକାରୀକୁ ଅଟକ ରଖିଛି। ଆଜି ଯାଜପୁର ମୁଖ୍ୟ ଡାକ୍ତରଖାନାରେ ସଂପୃକ୍ତ ନାବାଳିକାର ଡାକ୍ତରୀ ମାଇନା କରାଯାଇଛି। ଆସନ୍ତାକାଲି ଧାରା ୧୬୪ରେ ନାବାଳିକାର ବୟାନ ରେକର୍ଡ କରାଯିବା ସହ ଦୁଷ୍କର୍ମକାରୀର ଡାକ୍ତରୀ ମାଇନା ପରେ କୋର୍ଟଚାଲାଣ କରାଯିବ ବୋଲି ପୁଲିସ କହିଛି। ନାବାଳିକାର ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାରୁ ତାକୁ ଡାକ୍ତରଖାନାରେ ଭର୍ତି କରାଯାଇଛି। ଏହି ଘଟଣାକୁ ନେଇ ସଂପୃକ୍ତ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe