new indian express
ରାଉରକେଲା: ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ବ୍ରାହ୍ମଣୀତରଙ୍ଗ ପୁଲିସ ଆଜି ଜଣେ ଭଣ୍ଡବାବାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବାବା ହେଲେ ନରେଶ ସା। ପୁଲିସ ଆର୍ଜିଏଚ୍ରେ ପୀଡିତା ମହିଳା ଓ ଅଭିଯୁକ୍ତ ବାବାର ଡାକ୍ତରମାଇନା କରିଛନ୍ତି।
ମିଳିଥିବା ସୂଚନା ମୁତାବକ ବିହାରର ବାବା ନରେଶ ମାଲଗୋଦାମ ଅଞ୍ଚଳରେ ରହୁଥିଲେ। ସହରର ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା କରୁଥିଲେ। ବେଦବ୍ୟାସ ଅଞ୍ଚଳରେ ଜଣେ ମହିଳାଙ୍କ ସ୍ବାମୀ ଘରୁ କୁଆଡେ ଚାଲି ଯାଇଥିଲେ। ଘରକୁ ଫେରୁ ନଥିଲେ। ମହିଳା ଜଣଙ୍କର ବାବା ସହ ଯୋଗାଯୋଗ କରିଥିଲେ। ବାବା ପୂଜାପାଠ କରିବା ମହିଳାଙ୍କ ଘରକୁ ଆସିଥିଲେ। ତାଙ୍କ ସ୍ବାମୀଙ୍କୁ ଫେରାଇ ଆଣିବାକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମହିଳାଙ୍କ ଘରେ ପୂଜାପାଠ କରିଥିଲେ। ମହିଳା ଏକାକୀ ଥିବାର ସୁଯୋଗ ନେଇ ଶାରିରୀକ ସମ୍ପର୍କ ସ୍ଥାପନ କରିଥିଲେ। ପୂଜାପାଠ କରିଥିଲେ ହେଁ ମହିଳାଙ୍କ ସ୍ବାମୀ ଘରକୁ ଫେରି ନଥିଲେ। ପୁଣି ବାବା ମହିଳାଙ୍କ ଘରକୁ ଆସି ପୂଜା କରିବା ବାହାନାରେ ଦୁଷ୍କର୍ମ କରିଥିଲେ। ଏ ନେଇ ମହିଳା ଜଣକ ବ୍ରାହ୍ମଣୀତରଙ୍ଗ ଥାନାରେ ଲିଖିତ ଏତଲା ଦେଇଥିଲେ।
Follow Us