ଏସସିବରେ ରୋଗୀଙ୍କୁ ଦୁଷ୍କର୍ମ ମାମଲା: ବନ୍ଧା ହେଲେ ଅଭିଯୁକ୍ତ ଡାକ୍ତର

ଏସସିବରେ ରୋଗୀଙ୍କୁ ଦୁଷ୍କର୍ମ ମାମଲା: ବନ୍ଧା ହେଲେ ଅଭିଯୁକ୍ତ ଡାକ୍ତର

ଭୁବନେଶ୍ବର: ଡାକ୍ତରଙ୍କୁ ଦ୍ବିତୀୟ ଭଗବାନ ଭାବେ ଲୋକେ ବିଶ୍ବାସ କରନ୍ତି। କିନ୍ତୁ ରାଜ୍ୟର ସର୍ବବୃହତ୍‌ ଡାକ୍ତରଖାନା ‘ଏସ୍‌ସିବି’ରୁ ଯେଉଁ ଖବର ଆସିଛି, ଲୋକେ ଡାକ୍ତରଙ୍କ ସହିତ ପରାମର୍ଶ କରିବାରୁ ଅନେକ ଚିନ୍ତା ମଧ୍ୟ କରିବେ। କାରଣ ଏସ୍‌ସିବିର ଜଣେ ଡାକ୍ତରଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆସିଛି। ବଡ଼ଡାକ୍ତରଖାନାର କାର୍ଡିଓଲୋଜି ବିଭାଗର ଡାକ୍ତର ଠାକୁର ଦିଲବାଗ ସିଂଙ୍କୁ ଦୁଷ୍କର୍ମ ଅଭିଯୋଗରେ ମଙ୍ଗଳାବାଗ ଥାନା ପୁଲିସ ଗିରଫ କରିଛି।

ଅଭିଯୁକ୍ତ ଡାକ୍ତର ଠାକୁର ଦିଲବାଗ ସିଂ ସିନିୟର ରେସିଡେଣ୍ଟ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ। ସେ ୨ ବର୍ଷ ହେଲା କାର୍ଡିଓଲୋଜି ବିଭାଗରେ ଥିଲେ ଡାକ୍ତର। ମହିଳାଙ୍କୁ ନିର୍ଯାତନା, ଦୁଷ୍କର୍ମକୁ ନେଇ ସାରା ଦେଶରେ ଏବେ ବିକ୍ଷୋଭ ପ୍ରତିବାଦ କରାଯାଉଥିବାବେଳେ  କଟକ ବଡମେଡିକାଲରେ କାର୍ଯ୍ୟରତ ଡାକ୍ତରଙ୍କ ନାମରେ ଏକ ଲଜ୍ଜାଜନକ ଘଟଣା ସଂପର୍କିତ ଖବର ଆସିଛି । ଚିକିତ୍ସା ପାଇଁ ଆସିଥିବା ଦୁଇ ମହିଳାଙ୍କୁ ଡାକ୍ତର ଦୁଷ୍କର୍ମ କରିଥିବା ସାଂଘାତିକ ଅଭିଯୋଗ ହୋଇଛି। ଘଟଣାରେ ସମ୍ପୃକ୍ତ ଡାକ୍ତରଙ୍କୁ ଗିରଫ କରାଯାଇଛି। ସେପଟେ, ଘଟଣାର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କରିଛି ସ୍ୱାସ୍ଥ୍ୟ ବିଭାଗ। ଡିଏମଇଟି ସନ୍ତୋଷ ମିଶ୍ର ଅଧ୍ୟକ୍ଷତାରେ ଏହି କମିଟିରେ ଯୁଗ୍ମ ଡିଏମଇଟି ରୋମା ରତନ ଓ ଏସସିବି ଅଧୀକ୍ଷକ ସୁଧାଂଶୁ ମିଶ୍ର ରହିଛନ୍ତି।

ଅତିରିକ୍ତ ଡିସିପି ଅନିଲ ମିଶ୍ର କହିଛନ୍ତି, ମଂଗଳାବାଗ ଥାନାରେ ପୀଡିତାଙ୍କ ସମ୍ପର୍କୀୟ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରିଛି। ପୁଲିସ ଘଟଣାକୁ ଅତି ଗୁରୁତର ସହ ନେଇଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୀଡିତାଙ୍କ ବୟାନ ରେକର୍ଡ କରାଯିବ। ଘଟଣା ସହ ଜଡିତ ଅନ୍ୟମାନଙ୍କ ବୟାନ ମଧ୍ୟ ରେକର୍ଡ କରାଯିବ।

ପୀଡିତାଙ୍କ ଅଭିଯୋଗ ଅନୁସାରେ, ରବିବାର ରାତିରେ ମହିଳାଙ୍କୁ ଇସିଜି ଟେଷ୍ଟ ପାଇଁ ଡକାଇଥିଲେ ସମ୍ପୃକ୍ତ ଡାକ୍ତର। ଟେଷ୍ଟ ବେଳେ ମହିଳାଙ୍କୁ ଅସଦାଚରଣ କରିବା ସହ ଦୁଷ୍କର୍ମ କରିଥିଲେ। ଏନେଇ ପୀଡିତା ସମ୍ପର୍କୀୟଙ୍କୁ ଜଣାଇବା ପରେ ସୋମବାର ମାମଲା ଥାନାକୁ ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe