କଲେଜ ଛାତ୍ରୀକୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ

Advertisment
କଲେଜ ଛାତ୍ରୀକୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ

ରାୟଗଡ଼ା: ବିବାହ ପ୍ରଲୋଭନ ଦେଖାଇ କଲେଜ ଛାତ୍ରୀକୁ ଦୁଷ୍କର୍ମ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି ରାୟଗଡ଼ା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଗଣେଶ୍ବର ପତି। ଅଭିଯୁକ୍ତ ମନୋରଞ୍ଜନ ହିଆଲକୁ ୧୦ ବର୍ଷ ଜେଲ୍ ‌ଦଣ୍ଡାଦେଶ ସହ ୨୦ ହଜାର ଟଙ୍କାର ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଆଉ ୩ ମାସ ଅଧିକ ଜେଲ୍ ଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ଅଛି।

ରାୟଗଡ଼ା ରାଣୀଗୁଡା ଫାର୍ମ ଅଞ୍ଚଳର ମନୋରଞ୍ଜନ ଟିକିରି ଥାନା ଅଞ୍ଚଳର ଜଣେ ନାବାଳିକା କଲେଜ ଛାତ୍ରୀକୁ ପ୍ରେମ ଜାଲରେ ଫସାଇବା ପରେ ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖିଥିଲେ। ୨୦୧୫ ଡିସେମ୍ବର ୧୦ ତାରିଖ ପରଠୁ ମନୋରଞ୍ଜନ କଲେଜ ଛାତ୍ରୀଙ୍କ ସହ ଶାରୀରିକ ସଂପର୍କ ରଖି ଆସୁଥିଲେ ମଧ୍ୟ ବିବାହ ନେଇ ଦିନ ଗଡାଇ ଚାଲିଥିଲେ। ଶେଷରେ ମନୋରଞ୍ଜନ ବିବାହ ପାଇଁ ମନା କରିବା ପରେ କଲେଜ ଛାତ୍ରୀ ୨୦୧୮ ସେପ୍ଟେମ୍ବର ୫ ତାରିଖରେ ଏ ନେଇ ଟିକିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍ ମାମଲାର ତଦନ୍ତ କରି ଅଭିଯୁକ୍ତ ମନୋରଞ୍ଜନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୨୦୧୮ ନଭେମ୍ବର ୨୭ରେ ପୁଲିସ୍ ଚାର୍ଜସିଟ୍ ଦାଖଲ କରିବା ପରେ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଅଭିଯୁକ୍ତ ମନୋରଞ୍ଜନକୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୨୦ ହଜାର ଜରିମାନା ଆଦେଶ ଦେଇଛନ୍ତି। ପୀଡ଼ିତାଙ୍କୁ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିରଜା ପାତ୍ର ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe