ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୬ ବର୍ଷ ଜେଲ୍ ଓ ୫ ହଜାର ଜରିମାନା

୨୦୧୯ରେ ୫୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ ବିଡିଓ, ମିଳିଲା ୩ ବର୍ଷ ଜେଲ୍‌ଦଣ୍ଡ

ndtv.com

ସୁନ୍ଦରଗଡ଼: ସୁନ୍ଦରଗଡ଼ ପକ୍ସୋ କୋର୍ଟ ଆଜି ଲହୁଣିପଡା ଥାନା ଅଞ୍ଚଳର ଏକ ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରିଛନ୍ତି। ଅଭିଯୁକ୍ତ ରଇକେଲାପୋଷର ଅନୀଲ କୁମାର ମାହାନ୍ତକୁ ଦୋଷୀ ସାବ୍ୟସ୍ତ କରି ୬ ବର୍ଷ ଜେଲ ଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଏହା ସହ ପୀଡିତାଙ୍କୁ ୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ କରିବା ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କୁ ଆଦେଶ ଦେଇଛନ୍ତି। ୨୦୧୫ ସେପ୍ଟେମ୍ବର ୨୨ ତାରିଖ ଅପରାହ୍ନ ୪ଟାରେ ୧୨ ବର୍ଷର ଦୃଷ୍ଟି ଓ ଵାକ୍ ଶକ୍ତି ଵାଧିତ ନାବାଳିକା ଘରେ ଏକୁଟିଆ ଥିବା ଵେଳେ ଅଭିଯୁକ୍ତ ଅନୀଲ ଘରେ ପଶି ଜୋରଜଵରଦସ୍ତ ଦୁଷ୍କର୍ମ କରିଥିଲା। ଅଭିଯୋଗ ପରେ ପୁଲିସ ଦୁଷ୍କର୍ମ ଓ ପକ୍ସୋ ଆଇନରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe