ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା: ସହଯୋଗକାରୀ ଜେଲ୍ ଗଲା

Advertisment
ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା: ୧୫ ଦିନ ପରେ ଧରାପଡ଼ିଲା ଫେରାର୍‌ ମୁଖ୍ୟ ଅଭିଯୁକ୍ତ

ସମ୍ବଲପୁର: ଅଇଁଠାପାଲି ଥାନା ଗୋପାଳମାଲ ଅଞ୍ଚଳରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ(୧୩)ଙ୍କୁ ଦୁଷ୍କର୍ମ ହୋଇଥିଲା। ଏହି ଘଟଣାରେ ୨ ଅଭିଯୁକ୍ତଙ୍କୁ ପୁଲିସ ଧରିଥିଲା। ୨ ଅଭିଯୁକ୍ତଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ଜଣକ ନାବାଳକନ(୧୬ ବର୍ଷ) ଥିବାରୁ ତାକୁ ପୁଲିସ ଶନିବାର କିଶୋର ନ୍ୟାୟ ବୋର୍ଡରେ ହାଜର କରାଯାଇଥିବା ବେଳେ ସାହାଯ୍ୟ କରିଥିବା ଅଭିଯୁକ୍ତ ବିଶ୍ବନାଥ ପଣ୍ଡାକୁ କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ମୁଖ୍ୟ ଅଭିଯୁକ୍ତକୁ ରାଉରକେଲା ସ୍ବାଧାର ଗୃହକୁ ପଠା ଯାଇଥିବା ବେଳେ ବିଶ୍ବକୁ ଜେଲ୍‌ ପଠାଇ ଦିଆଯାଇଛି।

ସୂଚନାଯୋଗ୍ୟ, ନାବାଳିକା ଗୁରୁବାର ରାତି ୧୧ଟା ୩୦ରେ ସେ ପରିସ୍ରା ପାଇଁ ବାହାରକୁ ଆସିବା ବେଳେ ୨ ଜଣ ଦୁର୍ବୃତ୍ତ ତାଙ୍କୁ ଉଠାଇ ନେଇଥିଲେ। ଜଣେ ଦୁଷ୍କର୍ମ କରିଥିବା ବେଳେ ଆଉ ଜଣେ ସହଯୋଗ କରିଥିଲେ। ଝିଅ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜିଥିଲେ ଏବଂ ଏକ ବୁଦା ପାଖରୁ ଝିଅକୁ ଉଦ୍ଧାର କରିଥିଲେ।

ମୁଖ୍ୟ ଅଭିଯୁକ୍ତ ବିବାହିତ!

ମୁଖ୍ୟ ଅଭିଯୁକ୍ତର ବୟସ ମାତ୍ର ୧୬ ବର୍ଷ। କିନ୍ତୁ ସେ ବିବାହିତ। ନାବାଳକ ଜଣକ ଆଉ ଏକ ଝିଅକୁ ଧରି ପଳାଇ ଆସି ଘରେ ରହିଥିବା ଜଣାପଡ଼ିଛି। ନାବାଳକ ହୋଇଥିବାରୁ ତାକୁ ରାଉରକେଲା ସ୍ଥିତ ବାଳ ସ୍ବଧାର ଗୃହକୁ ପଠା ଯାଇଥିବା ବେଳେ ସେ ଧରି ଆଣିଥିବା ଝିଅଟି କେଉଁ ଅଞ୍ଚଳର ଓ କିଏ ତାହା ଜଣାପଡ଼ିନାହିଁ। ପୁଲିସ ନା ଚାଇଲ୍‌ଡ ଲାଇନ୍‌ ଏ ନେଇକି ପଦକ୍ଷେପ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe